ଇଡିର ୫ କର୍ମଚାରୀ କୋଭିଡ୍-୧୯ ସଂକ୍ରମିତ,

ନୂଆଦିଲ୍ଲୀ:–ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟାଳୟରେ ୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଜଣେ ସ୍ପେସାଲ୍ ଡାଇରେକ୍ଟର ରାଙ୍କ ଅଫିସର ଏବଂ ଜଣେ ତଦନ୍ତକାରୀ ଅଫିସରଙ୍କ ସମେତ ସମୁଦାୟ ୫ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ହେଡ୍ କ୍ବାର୍ଟରକୁ ୪୮ ଘଣ୍ଟା ଅର୍ଥାତ୍ ସୋମବାର ପର୍ଯ୍ୟନ୍ତ ସିଲ୍ କରିଦିଆଯାଇଛି।

ଖାନ୍ ମାର୍କେଟ୍‌ର ଲୋକ ନାୟକ ଭବନର ଅନ୍ୟ ମହଲାଗୁଡିକରେ କରୋନା ମାମଲା ଚିହ୍ନଟ ହେବାପରେ ଇଡି ମୁଖ୍ୟାଳୟରେ ମଧ୍ୟ ପର୍ଯ୍ୟାୟକ୍ରମେ କରୋନା ଟେଷ୍ଟ କରାଯାଇଥିଲା । ଫଳରେ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସଂକ୍ରମିତ ହୋଇଥିବା ସମସ୍ତଙ୍କ ନିକଟରେ କରୋନା ସଂକ୍ରମଣର ଲକ୍ଷଣ ନଥିଲା ।

ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଗତ ମାସରେ ମଧ୍ୟ ଇଡିର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *