ଦେବଦୂତ ସାଜିଲେ ପୁଲିସ୍ କର୍ମୀ ; ନିଜ ରକ୍ତ ଦେଇ ୧୪ବର୍ଷୀୟା ବାଳିକାର ଜୀବନ ବଞ୍ଚାଇଲେ
ମୁମ୍ୱାଇ:-ମୁମ୍ୱାଇର ଜଣେ ପୁଲିସ୍ କର୍ମୀ ଡ୍ୟୁଟିରେ ଥାଇ ୧୪ ବର୍ଷୀୟା ଜଣେ ବାଳିକାର ଜୀବନ ବଞ୍ଚାଇ ସବୁ ପୁଲିସ୍ଙ୍କ ପାଇଁ ଗୌରବ ଆଣିଛନ୍ତି ।
ସନା ଫାତିମା ନାମକ ୧୪ ବର୍ଷିୟା ଏହି ବାଳିକା ମହାରାଷ୍ଟ୍ରର ରାଜଧାନୀ ମୁମ୍ୱାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଓପନ୍ ହାର୍ଟ ସର୍ଜରୀ ହେବାର ଥିଲା । ଏହି ସମୟରେ ରକ୍ତର ଆବଶ୍ୟକତା ଥିଲା । ସନାଙ୍କର ଅପରେସନ ମୁମ୍ୱାଇର ହିନ୍ଦୁଜା ହସ୍ପିଟାଲରେ କରାଯିବାର ଥିଲା । ତାଙ୍କର ଏ –ପଜିଟିଭ୍ ବ୍ଲଡ୍ର ଆବଶ୍ୟକ ଥିଲା ।
ଘଟଣା ଏହା ଥିଲା କି ପିଲାର ପରିବାର ଲୋକ ନିସର୍ଗ ଝଡ଼ କାରଣରୁ ହସ୍ପିଟାଲରେ ପହଞ୍ଚିପାରିନଥିଲେ । ଏହି ସମୟରେ ସେଠାରେ ଡ୍ୟୁଟିରେ ଥିଲେ ମୁମ୍ୱାଇ ପୁଲିସ୍ର କନଷ୍ଟେବଲ ଆକାଶ ବାବାସୋ ଗାୟକୱାଡା । ସେ ହିଁ ସନାଙ୍କ ପାଇଁ ଦେବଦୂତ ହୋଇ ଆସିଲେ । ସେ ପିଲାଟିକୁ ନିଜ ରକ୍ତ ଦେଲେ । ଏହି ଉତ୍ତମ କାମ ସେ ଅନ୍ଡ୍ୟୁଟିରେ କରିଥିଲେ ।
ସୂଚନା ମୁତାବକ ,ସନାଙ୍କର ଅପରେସନ ସଫଳ ହୋଇଛି। ଏବେ ସେ ସୁସ୍ଥ ଅଛନ୍ତି । ଟ୍ୱିଟରରେ ଆକାଶ ଗାୟକୱାଡ଼ଙ୍କ ଏହି କାମକୁ ଖୁବ୍ ପ୍ରଶଂସା କରାଯାଇଛି । ଲୋକେ ମଧ୍ୟ ଏହି କାମ ପାଇଁ ତାଙ୍କୁ ସାଲ୍ୟୁଟ୍ କରୁଛନ୍ତି ।