ଭାରତ ନିଆଁ ସହିତ ଖେଳୁଛି ସବୁ କିଛି ଜଳିଯିବ, ଚେତାବନୀ ଦେଲା ଚୀନ୍
ବେଜିଂ:- ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଜି-୭ ଦେଶରେ ଋଷ ଓ ଭାରତକୁ ସାମିଲ କରିବାର ଚେଷ୍ଟା ଆରମ୍ଭ କରିଦେଇଛନ୍ତି। ଋଷ ଯଦିଓ ଏଥିରେ ସାମିଲ ହେବା ନେଇ କିଛି ଇଚ୍ଛା ପ୍ରକାଶ କରିନାହିଁ କିନ୍ତୁ ଟ୍ରମ୍ପ ନିଜେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ପ୍ରସ୍ତାବ ନେଇ ଫୋନରେ କଥା ହୋଇଛନ୍ତି। ତେବେ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ବଢିବାର ଦେଖି ଚୀନ୍ ଏହା ସହ୍ୟ କରିପାରୁନି। ଚୀନ୍ ଭାରତକୁ ଚେତାବନୀ ଦେଇ କହିଛି, ଯଦି ଆମେରିକାର ସମର୍ଥନରେ ଜି-୭ରେ ସାମିଲ ହୋଇ ନିଆଁ ସହିତ ଖେଳିବାକୁ ଚେଷ୍ଟା କରେ ତେବେ ତା’ର ବଡ କ୍ଷତି ହୋଇପାରେ। ସବୁ କିଛି ହରାଇ ବସିବ। ଭାରତର ଅର୍ଥନୀତିକୁ ବଡ଼ ଝଟକା ମିଳିବ।
ଚୀନର ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟ୍ରମ୍ପ ଭାରତ, ଋଷ ଓ ଅନ୍ୟ କିଛି ଦେଶକୁ ଜି-୭ରେ ସାମିଳ କରି ଜି-୧୦ କିମ୍ବା ଜି-୧୧ କରିବାର ସ୍ବପ୍ନ ଦେଖୁଛି। ଏହି ପ୍ରସ୍ତାବରେ ଯଦିଓ ବିକଶିତ ଦେଶର ଫାଇଦା ରହିଛି କିନ୍ତୁ ଭାରତକୁ ଏଥିରେ କ୍ଷତି ହେବ। ଚୀନର କହିବା ଅନୁସାରେ, ଆମେରିକା-ଚୀନ୍ ବିବାଦକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏଭଳି ପଦକ୍ଷେପ ନେଇଛନ୍ତି। ଏଭଳି କରି ସେ ଚୀନକୁ ଦବାଇବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ଇଣ୍ଡୋ-ପାସିଫିକ୍ ନୀତି ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଟେ, କାରଣ କେବଳ ଏହା ବିଶ୍ବର ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ଅଟେ ଓ ଏକ ସେନା ମଧ୍ୟ ରହିଛି।