କଳାହାଣ୍ଡିରେ ଦୁଇ ଶିଶୁ କରୋନା ସଂକ୍ରମିତ
କଳାହାଣ୍ଡି:- ରାଜ୍ୟରେ ଆଜି ମୋଟ୍ ୧୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ୩ ଜଣ ରହିଛନ୍ତି । ୩ ଜଣ ସଂକ୍ରମିତଙ୍କ ମଧ୍ୟରେ ଦୁଇ ଶିଶୁ ଅଛନ୍ତି । ୫ ମାସର ଓ ୨ ବର୍ଷର ଶିଶୁ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ସଂକ୍ରମିତ ଦୁଇ ଶିଶୁଙ୍କ ବାପା ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଆସି ହୋମ୍ କ୍ବାରେଣ୍ଟାଇନରେ ଥିବାବେଳେ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ଜଣାପଡିଛି ।ଅନ୍ୟ ଜଣେ ଆକ୍ରାନ୍ତ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ସେ ମହାରାଷ୍ଟ୍ରରୁ ଫେରିଥିଲେ । ଆକ୍ରାନ୍ତ ତିନି ଜଣ ଗୋଲାମୁଣ୍ଡା ବ୍ଲକର । ସେମାନଙ୍କୁ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଜଗୁଲାଲ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି ।