ହସ୍ପିଟାଲର ୨ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

କଟକ:-କଟକ ସିଡିଏରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଡାକ୍ତରଖାନାକୁ ବର୍ତ୍ତମାନ ପାଇଁ  ବନ୍ଦ କରି ଦିଆଯାଇଛି। ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ପଜିଟିଭ୍ ହେଲେ ଡାକ୍ତରଖାନାର ମହିଳା ସଫେଇ କର୍ମଚାରୀ ଓ ରାତି ଡ୍ୟୁଟିରେ ରହୁଥିବା ଜଣେ ଓ୍ବାଚମ୍ୟାନ।ଏହି ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୧୭ ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବା ସହ ସେମାନଙ୍କର ସ୍ବାବ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ଦୁଇ ଜଣ କାହା ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ।ଆଜି ସକାଳୁ ପୁରା ମେଡିକାଲକୁ ସାନିଟାଇଜ୍ କରାଯାଇଛି।

Leave a Reply

Your email address will not be published. Required fields are marked *