ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଗାନ୍ଧି ପରିବାର ମୁହାଁମୁହିଁ
ଲକ୍ଷ୍ନୌ:-କେରଳରେ ଗର୍ଭବତୀ ହାତୀ ସହିତ ହୋଇଥିବା ଅମାନବୀୟ ବ୍ୟବହାରକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି। ଏହି ମାମଲାକୁ ନେଇ ଗାନ୍ଧି ପରିବାର ଏବେ ମୁହଁ-ମୁହିଁ ହୋଇଛି। ବିଜେପି ସାଂସଦ ମେନକା ଗାନ୍ଧି ହାତୀ ମୃତ୍ୟୁ ମାମଲାରେ କେରଳର ସାଂସଦ ରାହୁଲ ଗାନ୍ଧିଙ୍କୁ କଡା ସମାଲୋଚନା କରିଛନ୍ତି।
ପୁତୁରା ରାହୁଲ ଗାନ୍ଧୀଙ୍କର ସେ ସିଧାସଳଖ ଭାବବେ ନାଁ ନେଇ ପ୍ରଶ୍ନ ପଚାରିଛନ୍ତି। ମେନକା କହିଛନ୍ତି, ରାହୁଲ ନିଜେ ସେହି ସ୍ଥାନ (ଓ୍ବାଇନାଡ)କୁ ଚୟନ କରିଥିଲେ ଓ ଆରାମରେ ଜିତିଥିଲେ। ଏବେ ଯେତେବେଳେ ନିଜେ ନିର୍ବାଚିତ ହୋଇଛନ୍ତି ନିଜ ଅଞ୍ଚଳ ପାଇଁ କାମ କରନ୍ତୁ। ଯେଉଁ ଅଞ୍ଚଳରେ ହାତୀ ମରିଛି ତାହା ରାହୁଲ ଗାନ୍ଧିଙ୍କ ଅଞ୍ଚଳରେ ଆସେ, ସେ କାହିଁକି କୌଣସି ଆକ୍ସନ ନେଇ ନାହାନ୍ତି? ରାହୁଲ କେରଳର ଓ୍ବାଇନାଡରୁ ସାଂସଦ ଅଛନ୍ତି ଓ ଯେଉଁ ମଲ୍ଲପୁରମ ଜିଲ୍ଲାରେ ଏହି ଘଟଣା ଘଟିଛି ତାହାର ୩ ଟି ବିଧାନସଭା କ୍ଷେତ୍ର ଓ୍ବାଇନାଡ ଲୋକସଭାରେ ରହିଛି। ମେନକା କହିଛନ୍ତି, ବନ ସଚିବଙ୍କୁ ହଟାଇ ଦେବା ଦରକାର। ବନ୍ୟ ଜୀବ ସଂରକ୍ଷଣ ମନ୍ତ୍ରୀଙ୍କୁ ମଧ୍ୟ ଇସ୍ତଫା ଦେବା ଦରକାର।ମେନକା ଗାନ୍ଧି ଏହା ଉପରେ ଟ୍ବିଟ୍ କରି ଲେଖିଛନ୍ତି-ଏହା ହତ୍ୟା, ମଲ୍ଲପୁରମରମ ଏଭଳି ଘଟଣା ପାଇଁ କୁଖ୍ୟାତ ଅଟେ, ଏହା ଦେଶର ସବୁଠାରୁ ହିଂସ୍ରକ ରାଜ୍ୟ। ପୂର୍ବରୁ ବହୁ ଉଦାହରଣ ରହିଛି, ସେଠାର ଲୋକ ରାସ୍ତା ଉପରେ ବିଷ ପକାନ୍ତି, ଯାହାଦ୍ବାରା ୩୦୦ ରୁ ୪୦୦ ପକ୍ଷୀ ଓ କୁକୁର ଏକାଠି ମରିଯାଆନ୍ତି।










