ଆଉ ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ: କ୍ୱାରେଂଟିନ ସେଣ୍ଟରରୁ ୧୩୨, ସ୍ଥାନୀୟ ଅଂଚଳରୁ ୧୧ ଜଣ

ଭୁବନେଶ୍ୱର::-ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଜି ପୁଣି ୧୪୩ଜଣଙ୍କଠାରେ ଠାବ ହୋଇଛି କୋଭିଡ-୧୯ ଭୁତାଣୁ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ୨୩ ଶହ ୮୮କୁ ବୃଦ୍ଧି ପାଇଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ମଧ୍ୟରୁ ୧୩୨ ଜଣ କ୍ୱାରେଂଟିନ ସେଂଟରରେ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ଲୋକ ରହିଛନ୍ତି ।ତେବେ ଆଶ୍ୱସ୍ତିକର ଖବର ହେଉଛି ଗୋଟିଏ ପଟେ ରାଜ୍ୟରେ କରୋନା ମହାମାରୀ ବୃଦ୍ଧି ପାଇଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବୃଦ୍ଧି ପାଇଛି । କରୋନା ମହାମାରୀକୁ ମାତ୍ ଦେଇ ରାଜ୍ୟରେ ୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥଙ୍କ ସଂଖ୍ୟା ୧୩୨୫ରେ ପହଂଚିଲା ।ଏହି ୮୦ ସୁସ୍ଥଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୧୬, କଟକରୁ ୭, ନୟାଗଡ଼ରୁ ୩, ସୋନପୁରରୁ ୩ ସୁନ୍ଦରଗଡ଼ରୁ ୩, ଝାରସୁଗୁଡ଼ାରୁ ୩ ଏବଂ କେନ୍ଦୁଝରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ସେହପରି ଗଞ୍ଜାମ, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀର, ଜଗତସିଂହପୁର ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ।

Leave a Reply

Your email address will not be published. Required fields are marked *