ଦିବ୍ୟାଙ୍ଗ ସ୍ବାମୀଙ୍କୁ ନିଜ କାନ୍ଧରେ ବୋହି କାନପୁରରୁ ମୁମ୍ବାଇ ନେଇଗଲେ ମହିଳା
କାନପୁର:-ଉତ୍ତର ପ୍ରଦେଶର କାନପୁର ସେଣ୍ଟ୍ରାଲ୍ ଷ୍ଟେସନରେ ମଙ୍ଗଳବାର ସ୍ବାମୀ-ସ୍ତ୍ରୀଙ୍କର ନିଃସ୍ବାର୍ଥ ପ୍ରେମ ଏବଂ ଶ୍ରଦ୍ଧା ଦେଖିବାକୁ ମିଳିଛି। ଉଦୁଉଦିଆ ଖରାରେ ପିଠିରେ ନିଜ ସ୍ବାମୀଙ୍କୁ ଲଦି ମହିଳା ଯେତେବେଳେ କାନପୁର ସେଣ୍ଟ୍ରାଲ୍ ପହଞ୍ଚିଥିଲେ ସେତେବେଳେ ଗୋଟିଏ ମୁହୂର୍ତ୍ତ ପାଇଁ ସମସ୍ତେ ସେମାନଙ୍କୁ ଚାହିଁ ରହିଥିଲେ।ସେଣ୍ଟ୍ରାଲ୍ ଷ୍ଟେସନରେ କିଛି ସମୟ ପରେ ମଧ୍ୟ ଯେତେବେଳେ ସ୍ବାମୀଙ୍କୁ ନେଇ ଯିବା ପାଇଁ କିଛି ବାହନ ଦେଖାଯାଇନଥିଲା ସେତେବେଳେ ମହିଳା ନିଜ ପତ୍ନୀ ଧର୍ମ ଲିଭାଇଥିଲେ। ସ୍ବାମୀ ଚାଲିପାରୁନଥିଲେ ତେଣୁ ମହିଳା ତାଙ୍କୁ ନିଜ ପିଠିରେ ଲଦି ପ୍ଲାଟଫର୍ମ ଯାଏଁ ନେଇ ଯାଇଥିଲେ।କେସ୍କୋରେ ବିଦ୍ୟୁତ୍ ଠିକାଦାର ନିକଟରେ କାମ କରୁଥିବା ଶ୍ରମିକ ଦୀପକଙ୍କ ପାଇଁ ଏହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ଦେଢ଼ ମାସ ପୂର୍ବରୁ ଫଜଲଗଞ୍ଜରେ କେସ୍କୋରେ କାମ କରୁଥିବା ସମୟରେ ଏକ ଦୁର୍ଘଟଣାରେ ଦୀପକଙ୍କ ଦୁଇଟି ଗୋଡ଼ ଭାଙ୍ଗି ଯାଇଥିଲା।
ଏବେ କିଛି ଦିନ ତଳେ ପ୍ଲାଷ୍ଟର ଖୋଲା ଯାଇଛି କିନ୍ତୁ ସେ ଚାଲିବାକୁ ଅକ୍ଷମ। ଏପରି ପରିସ୍ଥିତିରେ ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ଅନ୍ଧର ଲଉଡ଼ି ପାଲଟିଛନ୍ତି। ସେ ମହାରାଷ୍ଟ୍ରର ଜଲଗାଁଓରେ ରୁହନ୍ତି ଯିଏ ଏଠାକୁ କାମ କରିବା ପାଇଁ ଆସିଥିଲେ। ସେମାନେ ଲକଡାଉନରେ ନିଜ ଘରକୁ ବାହାରିଥିଲେ।
ସୋମବାରରୁ ସ୍ବାମୀଙ୍କ ସହ ଟ୍ରେନ୍ ଯୋଗେ ଯିବା ପାଇଁ ସେ ଏଠାରେ ରହିଥିଲେ। ତାଙ୍କ ପତ୍ନୀ ଜ୍ୟୋତି ତାଙ୍କୁ ନିଜ କାନ୍ଧରେ ବୋହି ସବୁ ଆଡ଼କୁ ନେଇ ଯାଉଛନ୍ତି।