ରାଜଧାନୀରେ ଚ।ଞ୍ଚଲ୍ୟ : ୫ ବର୍ଷର ଶିଶୁକୁ ହତ୍ୟା,

ଭୁବନେଶ୍ୱର:-ରାଜଧାନୀରେ ଘଟିଛି ଚାଂଲ୍ୟକର । ୫ବର୍ଷର ଶିଶୁପୁତ୍ରକୁ ଜଣେ ମହଳିା ନିଜ ଓଢ଼ଣୀରେ ଚାପି ଅତି ବିଭସ ଭାବେ ହତ୍ୟା କରିଛି । ଶେଷରେ ହତ୍ୟାକାରୀ ମହିଳା ନିଜେ ବେହୋଷ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତ ଶିଶୁପୁତ୍ର ଜଣଙ୍କ ହେଲେ ସମୀର କୁମାର ପାତ୍ରଙ୍କ ୫ ବର୍ଷର ପୁଅ ସାଇରାମ ପାତ୍ର । ଖଣ୍ଡଗିରି ଥାନା ପୁଲିସ ଶିଶୁପୁତ୍ର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଏନେଇ ମୃତ ଶିଶୁପୁତ୍ରର ବାପା ସମୀର କୁମାର ପାତ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି । ଅନ୍ୟ ପଟେ ହତ୍ୟାକାରୀ ମହିଳା ଜଣଙ୍କ ତନୁଶ୍ରୀ ପରମାଣିକ ବୋହୋଷ ହୋଇଯିବା ପରେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ରାଜୀବନଗର ଏଚଆଇଜି-୩୦ରେ ରୁହନ୍ତି ସମୀର କୁମାର ପାତ୍ର(୪୦), ସ୍ତ୍ରୀ ଦିପ୍ତୀରାଣୀ ପାତ୍ର(୩୪),୧୧ ବର୍ଷର ବଡପୁଅ ଓଁମ କୁମାରପାତ୍ର, ୫ ବର୍ଷର ସାନ ପୁଅ ସାଇରାମ ପାତ୍ର ଏବଂ ସମୀରଙ୍କ ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର । ସମୀର କସମପଲ୍ଲୀ ରାସ୍ତା ପାଶ୍ୱର୍ରେ ଏକ ଗ୍ରୋସରୀ ଦୋକାନ କରନ୍ତି । ସେହିଭଳି ସୁବାଷ ପରମାଣିକ(୪୦), ତନୁଶ୍ରୀ ପରମାଣିକ(୩୫) ତାଙ୍କର ୫ ବର୍ଷର ଶିଶୁକନ୍ୟା ସମୀରଙ୍କ ଘର ସମ୍ମୁଖ ଏମଆଇଜି-୩୯ ରେ ରୁହନ୍ତି । ତନୁଶ୍ରୀଙ୍କ ସ୍ୱାମୀ ସୁବାଷ ଏମ୍ସରେ ଆଟେନାଂଟ ଭାବେ କାର୍ଯ୍ୟ କରନ୍ତି । ସାଇରାମ ଓ ଓଁମ କୁମାର ଦୁହେଁ ପ୍ରତ୍ୟେକ ଦିନ ତନୁଶ୍ରୀଙ୍କ ଘରକୁ ଖେଳିବାକୁ ଯାଇଥାନ୍ତି । ବୁଧବାର ଦିନ ୧୦ଟା ବେଳେ ସାଇରାମ ତନୁଶ୍ରୀଙ୍କ ଘରକୁ ଖେଳିବାକୁ ଯାଇଥିଲେ । ଦିନ ୧୧ଟା ପର୍ଯ୍ୟନ୍ତ ସାଇରାମ ନ ଆସିବାରୁ ବଡ ଭାଇ ଓଁମ କୁମାର ତନୁଶ୍ରୀଙ୍କ ଘରକୁ ଯାଇ ଭାଇକୁ ଧରି ଘରକୁ ଆସିଥିଲେ । ମା’ ଦୀପ୍ତିରାଣୀ ପୁଅକୁ ଖାଇବାକୁ ଦେବା ପରେ ସାଇରାମ ଘରେ କିିଛି ସମୟ ବଡ ଭାଇ ସହ ଖେଳାଖେଳି କରିଥିଲେ । ଦିନ ୧୨ଟା ୧୦ରେ ପୁଣି ତନୁଶ୍ରୀଙ୍କ ଘରକୁ ଖେଳିବାକ ଯାଇଥିଲେ । ୧୨ଟା ୪୦ ମିନିଟ ହୋଇଥିଲେ ସାଇରାମ ଘରକୁ ନ ଫେରିବାରୁ ଦୀପ୍ତିରାଣୀ ବଡ ପୁଅ ଓଁମକୁ କହିଥିଲେ ଭାଇକୁ ଡାକିଦେବୁ ସେ ଗାଧୋଇବ । ବଡ ଭାଇ ସାନ ଭାଇକୁ ଡାକିବାକୁ ପୁଣି ଯାଇଥିଲେ । ଦେଖିବା ବେଳକୁ ତନଶ୍ରୀ ତଳେ ଶୋଇଥିବାବେଳେ ସାନ ଭାଇ ସାଇରାମ ତଳେ ପଡି ରହିଛି । ସେ ତା ମୁହଁରେ ପାଣି ଛିଞ୍ଚିଥିଲେ ମଧ୍ୟ ସେ ନ ଉଠିବାରୁ ଧାଇଁ ଆସି ମା’କୁ କହିଥିଲେ ସାଇ ଉଠୁନି ମା ଯଲଦି ଆସ । ଦିପ୍ତିରାଣୀ ଓ ଜେଜେ ସଂଗେ ସଂଗେ ଦୋ÷ଡି ଯାଇଥିଲେ ତନୁଶ୍ରୀଙ୍କ ଘରକୁ । ଦେଖିବା ବେଳକୁ ତନୁଶ୍ରୀ ତଳେ ପଡିଥିବାବେଳେ ସାଇରାମ ମଧ୍ୟ ପଡିଛି । ବେକରେ ଗୁଡା ହୋଇଛି ଓଲଣୀ ପାଟିରୁ ବାହାରିଛି କିଛି ରକ୍ତ । ଦିପ୍ତିରାଣୀ ସଂଗେ ସଂଗେ ସ୍ୱାମୀ ସମୀରଙ୍କୁ ଫୋନ କରିବାରୁ ସେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ । ନିଜ କାର ଧରି ସାଇରାମକୁ ନେଇ ଯାଇଥିଲେ ଏମ୍ସ ହସ୍ପିଟାଲକୁ । ସାଇରାମକୁ ଦେଖିବା ମାତ୍ରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *