କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଜନ୍ମମାଟିକୁ ଆସିଲା ମୃତଦେହ
ନୀଳଗିରି:-ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଦାମୋଧରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହାନ୍ତ ପରେ ପରିବାର ଲୋକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନିବେଦନ କରିଥିଲେ। ଏହି ଘଟଣାରେ ସେ ହସ୍ତକ୍ଷେପ କରିବାରୁ ମୃତଦେହ ତାଙ୍କର ଜନ୍ମ ମାଟିକୁ ଆସିପାରିଛି । ସିମୁଳିଆ ଦାମୋଧରପୁର ମଧୁସୁଧନ ରାଉତଙ୍କ ପୁଅ କମଳାକାନ୍ତ (୪୩) ବେଙ୍ଗାଲୁରୁରେ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ମେ ୨୭ ତାରିଖରେ ତାଙ୍କର ଏକ ଦୁର୍ଘଟଣା ଘଟିବାରୁ ସେ ଗୁରୁତର ଭାବେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।
ତାଙ୍କର ସାନ ଭାଇ ଯାଇଥିବାବେଳେ କେହି ତାଙ୍କ ମୁତ ଶରୀର ଛୁଇଁବାକୁ ଡରୁଥିଲେ। ନିଜର ଜନ୍ମ ମାଟିକୁ ଶବ ଆଣିବାକୁ ପରିବାର ଲୋକ ଅନାଇଥିବା ବେଳେ ସମସ୍ତ ଘଟଣା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ ଜଣାଇଥିଲେ। ସେ ସମସ୍ତ ଘଟଣା ମନ୍ତ୍ରୀଙ୍କୁ ଅବଗତ କରିବା ପରେ ସେ ହସ୍ତକ୍ଷେପ କରି କାମ କରୁଥିବା କମ୍ପାନୀ ସହିତ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇଥିଲେ।
ଏପରି କି ଇଣ୍ଡିଆନ ମାକ୍ସ ସ୍ୱେଚ୍ଛାସେବୀ ସଙ୍ଗଠନ ବେଙ୍ଗାଲୁରୁରେ ସହାୟତାର ହାତ ବଢ଼ାଇଛନ୍ତି। ଆସନ୍ତାକାଲି ୬ ଟା ୨୫ ମିନିଟ ସମୟରେ ବେଙ୍ଗାଲୁରୁରୁ ମୃତଦେହ ଭୁବନେଶ୍ୱର ପହଁଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ଘରକୁ ଆସିବ ବୋଲି ଜଣାପଡିଛି।










