ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍।  ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଟିମ ଓଡ଼ିଶା ଆସିଛି। ଆଜି ୫ ଜଣିଆ ଟିମ୍‌ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ଏହି ୭ ଜଣିଆ ଟିମ୍ ଅମ୍ପନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବ। ୩ ଦିନ ଧରି ଏହି ଟିମ୍‌ ରାଜ୍ୟରେ ରହିବ।  ବାତ୍ୟାରେ ରାଜ୍ୟରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ଏହି ଟିମ କେନ୍ଦ୍ରକୁ ରିପୋର୍ଟ ଦେବ।

ତେବେ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ନା ନାହିଁ ସେ ନେଇ ଯୁଗ୍ମ ସଚିବ ଶ୍ରୀପ୍ରକାଶ କିଛି ସ୍ପଷ୍ଟ କରିନାହାନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିବା ସହ ୫ ଶହ କୋଟିର ଆଗୁଆ ସହାୟତା ପ୍ରଦାନ କରିଛନ୍ତି। ଗତ ମେ ୨୦ରେ ଅମ୍ପନ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Leave a Reply

Your email address will not be published. Required fields are marked *