ଭାରତ ଚାପରେ ନଇଁଲା ଚୀନ, ଏଲଏସିରେ ୨ କିମି ପଛକୁ ହଟିଲା

ନୂଆଦିଲ୍ଲୀ –  ପୂର୍ବ ଲଦ୍ଦାଖରେ ବାସ୍ତବିକ୍‌ ନିୟନ୍ତ୍ରଣ ରେଖା (LAC) ରେ ଚୀନ୍‌ ସହ ଜାରି ବିବାଦରେ  ଭାରତର ଅଲ୍‌ ରାଉଣ୍ଡ ଷ୍ଟ୍ରେଡେଜିର ପ୍ରଭାବ ଦେଖିବାକୁ ମିଳିଛି ।  ୫ମେ’ରୁ  ନିଜର ଆଗ୍ରେସିଭ୍‌ ଆଟିଚ୍ୟୁଡ୍‌ ଆପଣେଇଥିବା ଚୀନ୍‌ର ପିପଲ୍ସ  (PLA)ଲିବରେଶନ  ଗତ  ୩-୪  ଦିନ ହେଲା ଶାନ୍ତ ପଡ଼ିଛି । ସେମିତି କିଛି ଅଶାନ୍ତ ବାତାବରଣ ସୃଷ୍ଟି କରୁନି ଏବଂ  ଶାନ୍ତ ପଡ଼ିଯାଇଛି ।

ସୂତ୍ରରୁ ପ୍ରକାଶ ,  ପିଏଲ୍‌ଏ  ଏହି ଅଞ୍ଚଳ ଗୁଡ଼ିକରୁ ପଛକୁ ହଟିବା ଆରମ୍ଭ କରିଛି , ଯେଉଁଠି ଗତ କିଛି ଦିନ ହେଲା ନାନା ହରକତ ଚଳାଇଥିଲା । ଆଉ ଭାରତକୁ ଅନଧିକାର ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଭାରତ ବିବାଦରେ ନପଶି  ଚୀନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା , ଏଲଏସିରେ ଚୀନର ପ୍ରଭାବକୁ ନଡ଼ରି , ତାର ସୈନ୍ୟ କ୍ଷମତା ସମାନ ଓ ଅନ୍ତରାଷ୍ଟ୍ରୀୟ କୂଟନୀତିର ସାହାର ନେଇଚାଲିଥିଲା । ପିଏଲଏର ଗଲଭାନ ନାଳ ଅଞ୍ଚଳରୁ ୨ କିମି ପଛକୁ ହଟିଯାଇଛି ।  ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ଚୀନ ସୈନ୍ୟ ସଂଖ୍ୟା ବଢ଼ାଇବା ଓ ନିଜର ଆକ୍ରମଣ ରୂପ ଦେଖାଇ ଅନଧିକାର ପ୍ରବେଶ ଆଦି କିଛି ଗତିବିଧି କରିନାହିଁ ।  ପେଟ୍ରୋଲ ପଏଣ୍ଟ ୧୪ , ଗୋଗରା ପୋଷ୍ଟ ଓ  ଫିଙ୍ଗର-୪ ପାଖରେ ଏବେ ବି  ଚୀନ୍‌ ସୈନିକ ଠୁଳ ହୋଇଛନ୍ତି । ସୂତ୍ର ମୁତାବକ ,  ଗଲଭାନ  ନାଳ ଅଞ୍ଚଳରେ ଚୀନ୍‌ ସୈନିକ  ବହୁତ ଆଗକୁ ଆସିଯାଇଛନ୍ତି । ଯାହାକି ପୂର୍ବରୁ କେବେ  ଏହି ସ୍ଥାନରେ କୌଣସି ବିବାଦ ହୋଇନାହିଁ ।୬ଜୁନ୍‌ରେ ଲେଫ୍ଟେନାଣ୍ଟ ଜେନେରାଲ ରାଙ୍କ୍‌ର  ଅଧିକାରୀଙ୍କ କଥାବାର୍ତ୍ତା ପୂର୍ବରୁ  ଚୀନ୍‌  ସୈନିକଙ୍କ ନୀତିରେ ପରିବର୍ତ୍ତନ ଏକ ସକରାତ୍ମକ ବାର୍ତ୍ତା ଦେଉଛି  l

Leave a Reply

Your email address will not be published. Required fields are marked *