ଲଦାଖ ସୀମାରୁ ୩୦ କିମି ଦୂରରେ ଯୁଦ୍ଧବିମାନ ମୁତୟନ କଲା ଚୀନ୍‌

ନୂଆଦିଲ୍ଲୀ:=ଲଦାଖରେ ଭାରତୀୟ ଏବଂ ଚୀନ୍‌ ସେନା ପରସ୍ପରର ମୁହାଁମୁହିଁ ହୋଇଥିଲାବେଳେ ଚୀନ୍‌ର ଯୁଦ୍ଧବିମାନଗୁଡିକ ଏବେ ସେଠାରେ ଭାରତୀୟ ସୀମା ଠାରୁ ୩୦ରୁ ୩୫ କିମି ଦୂରରେ ଉଡାଣ ଭରୁଥିବାର ଦେଖାଯାଇଛି। ଏହି ବିମାନଗୁଡିକୁ ଚୀନ୍‌ର ହୋତାନ ଏବଂ ଗାରଗୁନସା ବାୟୁସେନା ଘାଟିରେ ମୁତୟନ କରାଯାଇଛି । ଭାରତୀୟ ସୀମା ଠାରୁ ୧୦୦ରୁ ୧୫୦ କିମି ଦୂରରେ ଏହି ଘାଟିଗୁଡିକ ଅବସ୍ଥିତ ।
ଭାରତୀୟ ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉକ୍ତ ଘାଟିଗୁଡିକରେ ଚୀନ୍‌ ୧୦ରୁ ୧୨ଟି ଜେ-୭ ଏବଂ ଜେ-୧୧ ଯୁଦ୍ଧବିମାନ ମୁତୟନ କରିଛି । ଏହି ଯୁଦ୍ଧବିମାନ ଗୁଡିକ ଆକାଶମାର୍ଗରେ ଉଡାଣ ଭରିଲା ବେଳେ ଭାରତୀୟ ସୀମାର ଅତି ନିକଟକୁ ପଳାଇ ଆସୁଛନ୍ତି । ଭାରତ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛି । ମେ’ ମାସ ପ୍ରଥମ ସପ୍ତାହରେ ଲଦାଖରେ ଭାରତୀୟ ସେନା ଏବଂ ଚୀନ୍‌ ସେନାର ହେଲିକପ୍ଟର ମୁହାଁମୁହିଁ ହେବା ପରେ ଭାରତର ସୁଖୋଇ ଯୁଦ୍ଧ ବିମାନଗୁଡିତ ସାଙ୍ଗେସାଙ୍ଗେ ସେଠାରେ ପଇଁତରା ମାରିଥିଲେ । ହୋତାନ ଘାଟି ଉପରେ ଭାରତ ଆଗରୁ ବି ନଜର ରଖିଆସୁଛି । କାରଣ ସେଠାରେ ପାକ୍‌ ଏବଂ ଚୀନ୍‌ ବାୟୁସେନା ମଝିରେ ମଝିରେ ଯୁଦ୍ଧାଭ୍ୟାସ କରିଥାନ୍ତି । ଭାରତ ବି ଏବେ ଚାଳକ ରହିତ ବିମାନ ବ୍ୟବହାର କରି ଏଲଏସିରେ ଚୀନ୍‌ ସେନାର ଗତିବିଧି ଉପରେ ନଜର ରଖୁଛି ।
କାଶ୍ମୀରରୁ ଲଦାଖ ପଠାଗଲା ଅତିରିକ୍ତ ସୈନ୍ୟ
ଚୀନ୍‌ ସହିତ ଦେଖାଦେଇଥିବା ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ ସରକାର ଏବେ ଲଦାଖ ସୀମାକୁ ଅତିରିକ୍ତ ସୈନିକ ଏବଂ ଯୁଦ୍ଧ ସରଞ୍ଜାମ ପଠାଇଛନ୍ତି । କାଶ୍‌ ମୀର ଘାଟିରୁ ସେଠାକୁ ସେନା ୟୁନିଟ ପଠାଯାଉଥିବାର କୁହାଯାଉଛି ।

Leave a Reply

Your email address will not be published. Required fields are marked *