ଆମେରିକାରେ ଏବେ ନିଆଁ ଜଳୁଛି,ହ୍ଵାଇଟ୍ ହାଉସ୍‌ରେ ପଶିଲେ ବିକ୍ଷୋଭକାରୀ

ଓ୍ଵାଶିଂଟନ :— ବର୍ଣ୍ଣ  ବିଦ୍ଵେଷ ନେଇ ଆମେରିକାରେ ଏବେ ନିଆଁ ଜଳୁଛି। ପୋଲିସ  ହେପାଜତରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଆମେରିକାର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏହି କ୍ରମରେ ହିଂସାକାଣ୍ଡର ଷଷ୍ଠ ଦିନରେ ହ୍ଵାଇଟ୍‌ ହାଉସ୍‌  ବାହାରେ ବିକ୍ଷୋଭକାରୀଙ୍କ ସହ ସଂଘର୍ଷ ବେଳେ ୫୦ ଜଣ ସିକ୍ରେଟ୍ ସର୍ଭିସ୍‌ ଏଜେଣ୍ଟ ଆହତ ହୋଇଛନ୍ତି।

ସିକ୍ରେଟ୍ ସର୍ଭିସ୍‌ ଏଜେଣ୍ଟଙ୍କ ଉପରେ ଆକ୍ରମଣର ସୂଚନା ମିଳିବା ମାତ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଙ୍କର ଭିତରକୁ ସୁରକ୍ଷାକର୍ମୀ ନେଇ ଯାଇଛନ୍ତି। ଓ୍ଵାଶିଂଟନ ଡିସିରେ ଏହି ବଙ୍କରକୁ ସାଧାରଣତଃ ଆତଙ୍କବାଦୀ ଆକ୍ରମଣ ସମୟରେ  ବ୍ୟବହାର କରାଯାଏ।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ସୁରକ୍ଷାକର୍ମୀ ଟ୍ରମ୍ପଙ୍କୁ ଅତ୍ୟାଧୁନିକ ଅପରେସନ କେନ୍ଦ୍ରକୁ ସୁରକ୍ଷିତ ଭାବେ ନେଇଥିଲେ। ଏଥିରେ ଅନ୍ତର୍ଭୁକ୍ତ ଜଣେ ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ବିକ୍ଷୋଭକାରୀଙ୍କ ଆକ୍ରମଣରେ ରବିବାର ରାତିରେ ଅନେକ ସିକ୍ରେଟ୍ ସର୍ଭିସ୍ ଅଫିସର ଆହତ ହୋଇଛନ୍ତି।

ସୂତ୍ର ଅନୁଯାୟୀ ଆନ୍ଦୋଳନକାରୀ ଆଇନ ଶୃଙ୍ଖଳା ଅଧିକାରୀଙ୍କ ଉପରକୁ ବୋତଲ ମାଡ କରୁଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର ଏବଂ ହିଂସାତ୍ମକ କରିବା ଲାଗି ପ୍ରେସିଡେଣ୍ଟ ପ୍ୟାଲେସ୍‌ ପାଖରେ ବିପୁଳ ପରିମାଣରେ ସାମଗ୍ରୀ ରଖାଯାଇଛି।

ଏହି ଘଟଣା ପରେ ୟୁଏସ ମାର୍ସାଲ୍ ଏବଂ ଡ୍ରଗ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ୍‌(DEA) ଏଜେଣ୍ଟକୁ ସହରରେ ଚାପଗ୍ରସ୍ତ ଥିବା ସୁରକ୍ଷା ଏଜେଣ୍ଟକୁ ସାହାଯ୍ୟ କରିବାକୁ ପଠାଯାଇଛି। ସାଂପ୍ରତିକ ସ୍ଥିତିରେ ଡି.ସିକୁ ସୁରକ୍ଷା ଦେଉଥିବା ଲୋକଙ୍କ ମଧ୍ୟରେ ସିକ୍ରେଟ୍ ସର୍ଭିସ୍‌ର ଏଜେଣ୍ଟ ସାମିଲ ଥିବା କୁହାଯାଉଛି।

ସ୍ଥିତି ଏମିତି ଉପୁଜିଥିଲା ଯେ, କିଛି ସମୟ  ହ୍ଵାଇଟ୍‌ ହାଉସ୍‌ର ଲାଇଟ୍‌ ବନ୍ଦ କରି ଦିଆଯାଇଥିଲା। କାରଣ ସିକ୍ରେଟ୍‌ ସର୍ଭିସ୍‌ ପ୍ରଦର୍ଶନକାରୀଙ୍କ ଉପରେ ନାଇଟ୍‌ ଭିଜିଅନ ଜରିଆରେ ନଜର ରଖିପାରିବେ। କେବଳ ଏତିକି ନୁହେଁ ନ୍ୟାସନାଲ ଗାର୍ଡକୁ ମଧ୍ୟ ହ୍ଵାଇଟ୍‌ ହାଉସ୍ ବାହାରେ ବିକ୍ଷୋଭକାରୀ ଏବଂ ଓ୍ଵାଶିଂଟନ ଡିସିରେ ଉତ୍ତେଜନାମୂଳକ ସ୍ଥିତିର ନିୟନ୍ତ୍ରଣ ଲାଗି ନିୟୋଜିତ କରାଯାଇଛି।ମାତ୍ର ଏହା ସ୍ପଷ୍ଟ  ହୋଇ ନାହିଁ ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କାହିଁକି ଭୂତଳ ବଙ୍କର ଭିତରକୁ ନିଆଗଲା। କିନ୍ତୁ ବିକ୍ଷୋଭକାରୀଙ୍କ ହିଂସାତ୍ମକ ପ୍ରଦର୍ଶନକୁ ଦେଖି ପ୍ରୋଟୋକଲ୍‌ ଅନୁସାରେ ରାଷ୍ଟ୍ରପତିଙ୍କୁ ବଙ୍କର ଭିତରକୁ ନିଆଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *