ମାଟି ତଳୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତ୍ତି
କେନ୍ଦୁଝର:- କେନ୍ଦୁଝର ଜିଲ୍ଲା ଟୁକୁଡ଼ିହା ପଞ୍ଚାୟତ ରସବନ୍ତଳା ଗ୍ରାମର ବିନୋଦ ବିହାରୀ ନାଏକଙ୍କ ବାଡ଼ିରୁ ପ୍ରାଚୀନ ଧାତୁ ମୂର୍ତ୍ତି ଉଦ୍ଧାର ହୋଇଛି। ସୋମବାର ଗଛ ଲଗାଇବା ପାଇଁ ଏକ ଗାତ ଖୋଳୁ ଥିବାବେଳେ ୩ ଫୁଟ ମାଟି ତଳୁ ଏକ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରା ଯାଇଛି । ଏଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ସେହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ମୂର୍ତ୍ତିଟି କେଉଁ କାଳ ଓ କେଉଁ ଧାତୁରେ ନିର୍ମିତ ତାହା ସ୍ପଷ୍ଟ ହୋଇନି । ମୂର୍ତ୍ତିରେ ହାତୀ ଉପରେ ବସିଥିବା ମହିଳା ଜଣକ ଖୁବ ସମ୍ଭବ ଧନଧାତ୍ରୀ ଦେବୀ ଲକ୍ଷ୍ମୀ ବୋଲି ଅନୁମାନ କରାଯାଉଛି । ହାତୀ ଉପରେ ବସିଥିବା ମହିଳା ମୂର୍ତ୍ତିଙ୍କ ଦୁଇ ହାତରେ ଦୀପ, ମୁଣ୍ଡ ଉପରେ ଦୀପ ଓ ହାତୀ ଶୁଣ୍ଢରେ ୩ ଟି ଦୀପଥିବା ଦେଖିବାକୁ ମିଳିଛି ।ଗତ ନିର୍ବାଚନରେ ପାଟଣା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରୁ ବିଧାୟକ ଭାବେ ବିନୋଦ ନିର୍ବାଚନ ଲଢ଼ିଥିଲେ। ସେ ଜଣେ ଚାଷୀ ପରିବାରରୁ ହୋଇଥିବାରୁ ନିଜ ବାଡ଼ିରେ ଆମ୍ବ ଗଛ ଲଗାଇବାକୁ ଖୋଳୁ ଥିବା ସମୟରେ ଶାବଳ ମୂର୍ତ୍ତି ଉପରେ ବାଜି ଶବ୍ଦ ହୋଇଥିଲା । ସେ ସାବଧାନ ସହ ଖୋଳି ମୂର୍ତ୍ତିଟିକୁ ଅକ୍ଷତ ଭାବେ ଉଦ୍ଧାର କରିଥିଲେ ।










