ସ୍କୁଲ ଦିନରେ ଏମିତି ଦେଖାଯାଉଥିଲେ ବଲିଉଡର ସେଲିବ୍ରିଟି,
ମୁମ୍ବାଇ:-ସେଲିବ୍ରିଟିମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ ସେୟାର କରିଥାନ୍ତି । କେତେକ ଫଟୋରେ ସେମାନଙ୍କୁ ଚିହ୍ନିବା ସହଜ ହୋଇଥିବା ବେଳେ କିଛି ଫଟୋକୁ ବାରମ୍ବାର ଦେଖିବା ପରେ ମଧ୍ୟ ଏହି ତାରକା କିଏ ତାହା ଜାଣିବା କଷ୍ଟକର ହୋଇପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଠିକ ସେହିପରି କିଛି ଷ୍ଟାର ମାନଙ୍କର ସ୍କୁଲ ଦିନର ଫଟୋ ଦେଖାଇବୁ ଯାହା ଦେଖିବା ପରେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ଯେ ସେ ହେଉଛନ୍ତି ଆପଣଙ୍କର ପ୍ରିୟ ଅଭିନେତା/ଅଭିନେତ୍ରୀ ।ତାପସୀ ପନ୍ନୁ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତାପସୀ କ୍ରୀଡା ପ୍ରତି ବହୁତ ଆଗ୍ରହୀ ଥିଲେ । ଯେତେବେଳେ ସେ ସ୍କୁଲ ରେସରେ ଅଂଶଗ୍ରହଣ କରିଥିଲେ ସେତେବେଳେ ଏହି ଫଟୋ ନିଆଯାଇଥିଲା । ତାପସୀ ଏହି ଫଟୋ ଅପଲୋଡ଼ କରିବା ସହିତ ଲେଖିଥିଲେ ‘କ୍ରୀଡା ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ ବିଦ୍ୟାଳୟରେ ଏହି ରେସରେ ମୁଁ ଭାଗ ନିଏ । ପରିବାର ଏବଂ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଧନ୍ୟବାଦ, ଯେଉଁମାନେ ମୋତେ ସର୍ବଦା ଉତ୍ସାହିତ କରୁଥିଲେ । ସେମାନଙ୍କ ଯୋଗୁଁ ଆଜି ମୋ ପାଖରେ କିଛି ଗର୍ବର ମୁହୂର୍ତ୍ତ ରହିଛି । ଅନେକ ପିଲାଙ୍କୁ ଏହି ପ୍ରକାରର ସାହାଯ୍ୟ ମିଳେ ନାହିଁ ।ଫଟୋରେ ଦେଖୁଥିବା ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦୀପିକା ପାଦୁକୋନ । ଦୀପିକାଙ୍କ ହାତରେ ଟ୍ରଫି ଏବଂ ଅନେକ ପଦକ ରହିଛି । ଟ୍ରଫି ଜିତିବା ପରେ ଦୀପିକା ବହୁତ ଖୁସି ଦେଖାଯାଉଛନ୍ତି ଏବଂ ହସି ହସି ପୋଜ୍ ଦେଉଛନ୍ତି ।










