ଚନ୍ଦକାରେ ଖୋଲିବ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ବିଶ୍ୱସ୍ତରୀୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ ରହିଛି।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଶିମିଳିପାଳ-ହଦଗଡ଼ ଏବଂ ବରୁଣେଇ-ନୂଆଗଡ଼ ହାତୀଙ୍କ ନୂଆ କରିଡର ହେବ। ଢେଙ୍କାନାଳ, ରେଢ଼ାଖୋଲ ଓ ଆଠମଲ୍ଲିକ ବନଖଣ୍ଡରେ ଜାତୀୟ ରାଜପଥର ଅଣ୍ଡର ପାସ୍ ନିର୍ମାଣ ଚଳିତବର୍ଷ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି।

ଆମ ରାଜ୍ୟରେ ୧୯୯୯ ମସିହାରେ ୧ ହଜାର ୮୨୭ ହାତୀ ଥିବା ବେଳେ ୨୦୧୭ ମସିହା ଗଣନା ଅନୁଯାୟୀ ରାଜ୍ୟରେ ୧ ହଜାର ୯୭୬ ହାତୀ ଅଛନ୍ତି ବୋଲି ସୂଚନା ମିଳିଛି।

ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା, ବନ୍ୟପ୍ରାଣୀ ବିଭାଗ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *