ଆସୁଛି ବାତ୍ୟା ‘ହିକା’, ଗୁଜରାଟରେ ସୃଷ୍ଟି କରିବ ତାଣ୍ଡବ
ନୂଆଦିଲ୍ଲୀ:-ଗୁଜରାଟର ସମୁଦ୍ର ଉପକୂଳରେ ଘୂର୍ଣ୍ଣିବାତ୍ୟାର ବିପଦ ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଗୁଜରାଟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ‘ହିକା’ ନାମକ ଏକ ଘୂର୍ଣ୍ଣିବାତ୍ୟା ଭୟଙ୍କର ତାଣ୍ଡବ ସୃଷ୍ଟି କରିପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ, ହିକାର ନାମକ ଏହି ବାତ୍ୟା ୪ରୁ ୫ ଜୁନ୍ ଭିତରେ ଗୁଜରାଟର ଦ୍ବାରକା ଓଖା ଓ ମୋରବି ସହ ମାଡ ହୋଇ କଚ୍ଛ ଆଡକୁ ଯାଇପାରେ। ଏହି ବାତ୍ୟା କାରଣରୁ କଚ୍ଛର କଣ୍ଡଲା ଓ ଆଖପାଖର ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇପାରେ।
ଏବେ ଆରବ ସାଗରରେ ଡିପ୍ ଡିପ୍ରେସନ୍ କାରଣରୁ ଗୁଜରାଟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୧ ନମ୍ବର ସିଗନାଲ ଜାରି କରିଦିଆଯାଇଛି। ଏହା ସହିତ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି। ପୂର୍ବରୁ ଘୂର୍ଣ୍ଣିବାତ୍ୟା ଓମାନ ଆଡକୁ ବଢୁଥିଲା, କିନ୍ତୁ ଏବେ ଗୁଜରାଟ ଆଡକୁ ବଢୁଛି। କୁହାଯାଉଛି ଯେ, ଏହି ବାତ୍ୟା ଯେଉଁ ସମୟରେ ଲ୍ୟାଣ୍ଡଫଲ କରିବ ସେତେବେଳେ ପବନର ବେଗ ୧୨୦ କିଲୋମିଟର ରହିବ।










