ବିଶ୍ୱର ସବୁଠୁ ଛୋଟ ରଥ ନିର୍ମାଣ କଲେ ବାଲୁକା ଶିଳ୍ପୀ

ଭୁବନେଶ୍ୱର:-ବିଶ୍ୱର ସବୁଠୁ ଛୋଟ ରଥ ନିର୍ମାଣ କରିଛନ୍ତି ବୋଲି ଦାବି କରିଛନ୍ତି ବାଲୁକା ଶିଳ୍ପୀ ସୁବଳ ମହାରଣା । ଲିମ୍ବ, ବେଲ, ତୁଳସୀ, ଚନ୍ଦନ ଆଦିରେ ପ୍ରସ୍ତୁତ କରିଛନ୍ତି ନନ୍ଦିଘୋଷ ରଥ । ସେହି ଭିତରେ କୁନି ଜଗନ୍ନାଥ ମଧ୍ୟ ଶୋଭା ପାଉଛନ୍ତି ।

ଏହାର ଉଚ୍ଚତା ୨.୩ ସେଣ୍ଟିମିଟର ଓ ଚଉଡ଼ା ୧.୯ ସେଣ୍ଟିମିଟର ରହିଛି । ଓଜନ ୧ଗ୍ରାମ ୧୪୦ମିଲିଗ୍ରାମ ରହିଛି । ରଥ ନିର୍ମାଣ କରିବାକୁ ତାଙ୍କୁ ୧୫ ଘଣ୍ଟା ୨୦ମିନିଟ୍‌ ଲାଗିଛି । ଗିଜିନ୍‌ ବୁକ୍‌ରେ ଏହାକୁ ସ୍ଥାନିତ କରିବାକୁ ଆବେଦନ କରିବେ ସୁବଳ । ରଥ ବିକ୍ରି ବାବଦ ଟଙ୍କା ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *