ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ନୂଆଦିଳ୍ଳୀ:- ଲାଗୁ ହୋଇଥିବା ଲକଡାଉନ୍ ୪.୦ର ସମୟ ୩୧ ମଇକୁ ଶେଷ ହେଉଛି।୧ ଜୁନରୁ କ’ଣ ଲକଡାଉନ୍ ୫ ଲାଗୁ ହେବ ନା ନାହିଁ? ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏହା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ଟାସ୍କ ଫୋର୍ସର ଦୁଇଟି ପ୍ୟାନେଲରେ ଲକଡାଉନ୍ ଉପରେ ରିପୋର୍ଟ ଦେଇଛି, ଯେଉଁଥିରେ ଲକଡାଉନ୍ ଖୋଲିବାର ପରାମର୍ଶ ଦେଇଛନ୍ତି।

କୋଭିଡ୍ ଟାସ୍କ ଫୋର୍ସର ଦୁଇଟି ପ୍ୟାନେଲର ନେତ୍ୟତ୍ବ ନେଉଥିବା ସିକେ ମିଶ୍ର ଓ ଡ.ବିକେ ପଲ କରୁଛନ୍ତି। ଦୁଇଟି ପ୍ୟାନେଲ ଲକଡାଉନ୍ ୪.୦ କିଭଳି ଭାବରେ ବାହାରିଯିବ, ତାହା ଉପରେ ଏକ ରିପୋର୍ଟ ଦେଇଛନ୍ତି।  ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଲକଡାଉନ୍ ହଟାଯାଇ ହେବ, କିନ୍ତୁ ସ୍କୁଲ-କଲେଜ-ମଲ୍ ଏବଂ ଧାର୍ମିକ ସ୍ଥଳ ଭଳି ସ୍ଥାନ ଗୁଡିକ ଏବେ ବନ୍ଦ ରଖିବା ଠିକ୍ ହେବ। ଅନ୍ତର୍ଜାତୀୟ ବିମାନକୁ ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ।

ଏହାଛଡା ଯେଉଁ ଜିଲ୍ଲାରେ କରୋନା ଭାଇରସ୍ ସବୁଠାରୁ ଅଧିକ , ସେଠାରେ ନିୟକୁ ଅଧିକ କଡା କଡି କରିବାକୁ ପରାମର୍ଶ  ଦିଆଯାଇଛି। ଏବେ ଏହା କେବଳ ପ୍ୟାନେଲ ପକ୍ଷରୁ ଦିଆଯାଇଥିବା ପରାମର୍ଶ ଅଟେ। ଏହା ଉପରେ ଅନ୍ତିମ ନି​‌ଷ୍ପତ୍ତି ଗୃହମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହିଁ ନେବେ।

Leave a Reply

Your email address will not be published. Required fields are marked *