ବାହୁବଳୀ’ ଲୁକ୍‌ରେ ୱାର୍ଣ୍ଣର

ସିଡ୍‌ନୀ:-ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ଓପନର ଡେଭିଡ୍‌ ୱାର୍ଣ୍ଣର ଲକ୍‌ଡାଉନ୍‌ରେ ଘରେ ସମୟ ବିତାଉଛନ୍ତି । କିନ୍ତୁ ସେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଇନ୍‌ଷ୍ଟଗ୍ରାମ୍‌ରେ ନିୟମିତ ‘ଟିକ୍‌ଟକ୍‌’ ଭିଡିଓ ଛାଡ଼ି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରାଇବାରେ ଲାଗି ପଡ଼ିଛନ୍ତି । ଆଜି ସେ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ବାହୁବଳୀ’ର ନାୟକ ଅମରେନ୍ଦ୍ର ବାହୁବଳୀ (ତାମିଲ ଅଭିନେତା ପ୍ରଭାସ)ଙ୍କ ଭଳି ପୋଷାକ ପରିଧାନ କରି ଏକ ଫଟୋ ଛାଡ଼ିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଗୋଟିଏ ପଟେ ବାହୁବଳୀ (ପ୍ରଭାସ)ଙ୍କ ଫଟୋ ଥିବାବେଳେ ଅନ୍ୟ ପଟରେ ୱାର୍ଣ୍ଣର ବାହୁବଳୀ ପୋଷାକ ପିନ୍ଧି ପୋଜ୍‌ ଦେଉଛନ୍ତି । ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି ଯେ, ତୁମେମାନେ କାହାର ପୋଷାକକୁ ପସନ୍ଦ କରୁଛ ।’ସେହିପରି ସେ ଆଉଏକ ଭିଡିଓ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରୁଥିବା ସ୍ପଷ୍ଟ କରିଛନ୍ତି । ଭିଡିଓରେ ୱାର୍ଣ୍ଣର ଏକ ଆଇନା ସମ୍ମୁଖରେ ଠିଆ ହୋଇଛନ୍ତି । ସେ ଆଙ୍ଗୁଳିରେ ସ୍ୱାଇପ୍‌ କରିବା ମାତ୍ରେ ତାଙ୍କର ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟ ଜର୍ସିର ଫଟୋ ସାମ୍ନାକୁ ଆସୁଛି । ଟେଷ୍ଟ ଜର୍ସି ଫଟୋକୁ ଦେଖି ୱାର୍ଣ୍ଣର ବେଶ ଖୁସି ହେଉଥିବାରୁ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *