ମଦ ପାଇଁ କେତେ ବିକଳ ! କେରଳ ସରକାର ଲଞ୍ଚ୍ କଲେ ଅନ୍‌ଲାଇନ୍‌ ମଦ ବିକ୍ରି ଆପ୍, ଦେଖୁ ଦେଖୁ ୧ ଲକ୍ଷରୁ ଅଧିକ ଲୋକେ କଲେ ଡାଉନଲୋଡ୍

ତିରୁଅନନ୍ତପୁରମ:- ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ କିଛି କୋହଳ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା। ଏହା ପରେ ଦେଶର ଅନେକ ରାଜ୍ୟରେ ମଦ ଦୋକାନ ଖୋଲିଲା। ଦୁଇ ମାସ ଧରି ମଦ ପିଇବାକୁ ଅପେକ୍ଷା କରିଥିବା ଲୋକଙ୍କ ଦୋକାନ ବାହାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡକୁ ଦୃଷ୍ଟିରେ ରଖି କେରଳ ସରକାର ଅନ୍‌ଲାଇନ୍‌ ମଦ ବିକ୍ରି ଲାଗି BevQ ଆପ୍‌ ଲଞ୍ଚ କରିଛନ୍ତି। କେରଳ ବେଭରେଜ କର୍ପୋରେସନ(BEVCO) ଏହି ଆପ୍‌ ଲଞ୍ଚ କରିଛି। ଲଞ୍ଚ ହେବାର କିଛି ଘଣ୍ଟା ଭିତରେ ଦେଖୁ ଦେଖୁ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପକୁ ଏକ ଲକ୍ଷରୁ ଅଧିକ ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି।

କୋଚି ସ୍ଥିତ ଏକ କମ୍ପାଣୀ ଫେୟାରକୋଡ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଏହି ଆପ୍‌ ବିକଶିତ କରିଛି। ଏହି ଆପ୍ ଦ୍ଵାରା ଗ୍ରାହକଙ୍କୁ ମଦ ଦୋକାନ ସମ୍ମୁଖରେ ଧାଡିରେ ସେମାନଙ୍କ ସ୍ଥାନ ନିଶ୍ଚିତ କରିବାକୁ କ୍ୟୁ ନମ୍ବର ଏବଂ ଟୋକେନ୍ ବୁକ୍ କରିବାକୁ ଅନୁମତି ଦେଇଥାଏ। ବୁକିଂ ସମୟ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରହିଛି। କିନ୍ତୁ ରାଜ୍ୟ ସରକାର ସକାଳ ୯ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି।

ଦୋକାନରେ ଭିଡ୍‌କୁ କମ କରିବା ଲାଗି ଜେନେରେଟ୍ ହୋଇଥିବା ଟୋକେନ୍‌ର ଉପଯୋଗ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଲଟ୍ ଲାଗି ରହିଛି। ଗ୍ରାହକଙ୍କୁ ଧାଡିରେ ନିଜର ଏକ ନିର୍ଦ୍ଦିଷ୍ଟ ନମ୍ବର ଦେଇଥାଏ, ଏଥିରେ ଗ୍ରାହକଙ୍କୁ ନିଜର ଧାଡି ବିଷୟରେ ସୂଚନା ମିଳିବା ସହ ମଦ କିଣାରେ ବେଶ୍ ସହାୟକ ହେଉଛି।

ଆପ୍‌ରେ ଗ୍ରାହକଙ୍କ ନାମ, ମୋବାଇଲ ନମ୍ବର ଏବଂ ଅଞ୍ଚଳର ପିନ୍‌ କୋଡ୍‌ ଦେବାକୁ ପଡିଥାଏ। ଏହା ପରେ ଏକ ଓଟିପି ଆସେ, ଏହାକୁ ଦେଇ ଗ୍ରାହକ ନିଜର ନା ପଞ୍ଜୀକରଣ କରି ପାରିବେ। ଏହା ପରେ ଗ୍ରାହକଙ୍କୁ ଦୋକାନର ଡିଟେଲ୍ସ  ଦିଆଯାଏ। ଏହି ସମୟରେ ଗ୍ରାହକ ଟୋକନ୍‌ ସହିତ ନିଜର ମଦ ଚୟନ କରିବେ। ଏହି ଟୋକନକୁ ମଦ ଦୋକାନ ଓ ବାରରେ ସ୍କାନ କରାଯାଏ, ଯାହାଙ୍କୁ ପାର୍ସଲ୍‌ ଭାବେ ମଦ ବିକିବାକୁ ଅନୁମତି ମିଳିଛି।

ଜଣେ ବ୍ୟକ୍ତି କହିଛନ୍ତି, ମୁଁ କେବଳ ଏହି ଆପ୍‌କୁ ବ୍ୟବହାର କରି ବୁକିଂ କରିବାକୁ ଚେଷ୍ଟା କରିଥିଲି। ମୁଁ କେବଳ ଜାଣିବାକୁ ଚାହୁଁଥିଲି ଯେ ବାସ୍ତବରେ ଏହା କାମ କରୁଛି କି ନାହିଁ। କିନ୍ତୁ ଏହା ଠିକ୍‌ ଭାବେ କାମ କଲା ଏବଂ ମୋତେ ମୋର ମଦ ମିଳିଗଲା।

ଏହା ପରେ ମଧ୍ୟ ଏହି ଆପ୍‌ରେ କିଛିଟା ତ୍ରୁଟି ଥିବା ଅଭିଯୋଗ ଆସିଛି। ଅଧିକାଂଶ ସମୀକ୍ଷକ କହିଛନ୍ତି, ଆବେଦନ ସମୟରେ ପଞ୍ଜୀକରଣରେ କିଛିଟା ସମସ୍ୟା ରହିଛି। କିଛି ଲୋକ ଅଭିଯୋଗ କରୁଛନ୍ତି ଯେ, ଓଟିପି ଯାଞ୍ଚ ଠିକ୍‌ ଭାବେ କାମ ଦେଉ ନାହିଁ।

Leave a Reply

Your email address will not be published. Required fields are marked *