ପ୍ଲେ-ଷ୍ଟୋରରୁ ନେଗେଟିଭ୍ ରିଭ୍ୟୁ ହଟିଲା, ବୃଦ୍ଧି ପାଇଲା ଟିକଟକ୍‌ର ରେଟିଂ

ନୂଆଦିଲ୍ଲୀ:-ୟୁଟ୍ୟୁବ୍ ଓ ଟିକଟିକ୍ ମଧ୍ୟ ବିବାଦ ଲାଗି ରହିଛି । ଉଭୟ ପ୍ଲାଟଫର୍ମର ୟୁଜର ଉଭୟଙ୍କୁ ସମାଲୋଚନା ସହ ବିରୋଧ ମଧ୍ୟ କରୁଛନ୍ତି । ଗୁଗୁଲ୍ ପ୍ଲେ ଷ୍ଟାରରେ ଟିକଟକ୍‌ର ରେଟିଂ ମଧ୍ୟ ହ୍ରାସ ପାଇବାରେ ଲାଗିଥିଲା । ଏବେ ଏଥିରେ ବ୍ରେକ୍ ଲାଗିଛି । ପ୍ଲେଷ୍ଟୋରରେ ଟିକଟକର ରେଟିଂ ୧.୨ରୁ ୪.୪କୁ ବୃଦ୍ଧି ପାଇଛି ।

ଗତ କିଛିଦିନ ଧରି ସୋସିଆଲ ମିଡିଆରେ ଟିକଟକ୍ ବିରୋଧରେ କ୍ୟାମ୍ପେନ୍ ଜୋର ଧରିଛି । ଟିକଟକକୁ ବ୍ୟାନ୍ କରିବା ପାଇଁ ଅନେକ ଦାବି କରୁଛନ୍ତି । ଏହି ଭିଡିଓ ଆପ୍ ପାଇଁ ଅନେକ ଜୀବନ ଯାଇଥିବା ସହ ଏହା ବିପଦ ସୃଷ୍ଟି କରୁଛି ବୋଲି କେତେକ ମତ ଦେଇଛନ୍ତି । ଆହୁରି ମଧ୍ୟ ଏହି ଆପ୍ ଚୀନର ହୋଇଥିବା ବେଳେ ଏହାକୁ ବୟକଟ୍ କରିବା ପାଇଁ ଆଉ କିଛି ଦାବି କରିଛନ୍ତି ।

ନିକଟରେ ଟିକଟକ୍ ବିରୋଧରେ ପ୍ଲେଷ୍ଟୋରରେ ଅନେକ ନେଗେଟିଭ୍ କମେଣ୍ଚ କରାଯାଇଥିଲା । ଅନେକ ୟୁଜର ଟିକଟକକୁ ଅନଇନଷ୍ଟଲ୍ କରିଥିଲେ । ଏପରିକି କମେଣ୍ଟରେ ଆପ୍ଲିକେସନ ବିରୋଧରେ କହିଥିଲେ । ନେଗେଟିଭ୍ ରେଟିଂ ମଧ୍ୟ ଦେଇଥିଲେ । ଫଳରେ ଟିକଟକର ରେଟିଂ ୧.୨କୁ ହ୍ରାସ ପାଇଥିଲା ।

ଅଭିଯୋଗ ହୋଇଥିଲା ଯେ କେତେକ ୟୁଜର ଫେକ୍ ଆଇଡି ଖୋଲି ଉଦ୍ଦେଶ୍ୟମୂଳକ ଭାବେ ଟିକଟକକୁ ବିରୋଧ କରୁଛନ୍ତି । ଏପରି ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଏହି ସବୁ କମେଣ୍ଟକୁ ପ୍ଲେଷ୍ଟୋର ହଟାଇ ଦେଇଛି । ଫଳରେ ଟିକଟକର ରେଟିଂ ୧.୨ରୁ ୪.୪କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *