ଭଦ୍ରକର ୫ଟି ପଞ୍ଚାୟତକୁ ଘୋଷଣା କରାଗଲା ବଫର ଜୋନ୍

ଭଦ୍ରକ:- କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ଭଦ୍ରକ ଜ଼ିଲ୍ଲାରେ ବଢ଼ି ୪୬ରେ ପହଞ୍ଚିଛି। ଶୁକ୍ରବାର ନୂଆ ୬ ଜଣ କରୋନା ପଜିଟିଭ ବାହାରିବା ପରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଭଦ୍ରକ ଜ଼ିଲ୍ଲାର ତିହିଡି, ଧାମନଗର, ବାସୁଦେବପୁର ବ୍ଲକର ୫ ଗୋଟି ସ୍କୁଲରେ ହୋଇଥିବା ଟିଏମ୍‌ସି କେନ୍ଦ୍ରକୁ କ୍ବାରେଣ୍ଟାଇନ ଜୋନ୍ କରାଯାଇଥିବା ବେଳେ ୫ ଗୋଟି ପଞ୍ଚାୟତକୁ ବଫର ଜୋନ ଘୋଷଣା କରାଯାଇଛି।

ସେହି ସବୁ ସ୍ଥାନକୁ ଯେପରି କୌଣସି ବ୍ୟକ୍ତି ଯିବା ଆସିବା ନ କରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ଦିଆଯାଇଛି । ସେହିପରି ଭାବେ ସମସ୍ତ ଏହି ୬ ନୂଆ ପଜିଟିଭ ପଶ୍ଚିମବଙ୍ଗରୁ ଆସିଥିଲେ, ସେମାନେ ଆସିବା କ୍ଷଣେ ଭଦ୍ରକ ସଦର ମହକୁମାରୁ ସ୍ୱାବ ସଂଗ୍ରହ କରି ପଠାଯାଇଥିଲା । ତେବେ ବଫର ଜୋନ ମାନଙ୍କରେ ସର୍ଭିଲାନ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଘୋଷିତ ହୋଇଥିବା ୫ ଟି ବଫର ଜୋନ ମାନଙ୍କରେ ୫ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି।

Leave a Reply

Your email address will not be published. Required fields are marked *