ମେ ୩୧ ଯାଏଁ ଲକଡାଉନ୍ ବଢାଇବାକୁ ଉଦ୍ଧବ ଠାକରେଙ୍କ ସଂକେତ

ମୁମ୍ବାଇ:-ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ସାରା ଦେଶରେ ଦ୍ରୁଢୀ ପାଇବାରେ ଲାଗିଛି | ଶତ ଚେଷ୍ଟା ସତ୍ତ୍ୱେ କରୋନାକୁ ବ୍ରେକ ଲାଗୁନି | ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ ରଖାଯାଇଛି | ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ତୃତୀୟ ପର୍ଯ୍ୟାୟ ଲକଡାଉନ ୧୭ ତାରିଖରେ ଶେଷ ହେବାର ଅଛି | ଏହାପରେ ଲକଡାଉନ ଅବଧି ବଢାଯିବ ନା ନାହଁ ସେନେଇ ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି | ତେବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନକୁ ନେଇ ଏବେ ଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି | ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ୨୭ ହଜାର ୫୨୪ରେ ପହଞ୍ଚିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୬୦୨ ନୂଆ ମାମଲା ସାମ୍ନାକୁ ଆସିଛି | ମହାରାଷ୍ଟ୍ରରେ ଏବେ ଯାଏଁ ୨୦୧୯ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି | ମାମଲାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଲକଡାଉନକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ସଂକେତ ଦେଇଛନ୍ତି |ମହାରାଷ୍ଟ୍ର ସରକାରଙ୍କ ବୈଠକରେ ବଢି ଚାଲିଥିବା କରୋନା ଭାଇରସ ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି | ସେଥିପାଇଁ ଲକଡାଉନ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ବିଚାର କରୁଛନ୍ତି | ବୈଠକରେ କୁହାଯାଇଛି ଯେ, ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କିଛି କୋହଳ କରାଯିବ | କିନ୍ତୁ ମୁମ୍ବାଇ, ପୁନେ, ସୋଲପୁର, ଔରଙ୍ଗାବାଦ ଏବଂ ମାଲେଗାଁଓରେ ଲକଡାଉନର କୌଣସି ନିୟମ କୋହଳ କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି | କାରଣ ଏହିସବୁ ସ୍ଥାନରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି | ଯେଉଁସବୁ ସ୍ଥାନରେ ୫୦ରୁ ଅଧିକ କଡ଼ା ମାମଲା ରହିଛି ସେଠାରେ କୌଣସି ନିୟମ କୋହଳ କରାଯିବ ନାହିଁ ବୋଲି ବୈଠକରେ କୁହାଯାଇଛି | 

Leave a Reply

Your email address will not be published. Required fields are marked *