ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ଭୁବନେଶ୍ୱର: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

ସେ ଅସୁସ୍ଥ ଥିବା ନେଇ ଗତକାଲି ଖବର ଆସିଥିଲା। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନେଇ ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ଦେଇ କହିଛନ୍ତି, ‘ତାଙ୍କ(ବିଜୟ ମହାନ୍ତି) ସ୍ୱାସ୍ଥ୍ୟାବସ୍ଥା ଟିକେ ସୁଧୁରିଛି। ଏବେ ବି ସେ ICUରେ ଅଛନ୍ତି ଓ ଅକ୍ସିଜେନ୍‌ ଚାଲୁ ରହିଛି। ତାଙ୍କର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ରହିଛି। ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରୁଛୁ।’

ସୋସିଆଲ୍‌ ମିଡିଆରେ ଅପପ୍ରଚାରକୁ ନିନ୍ଦା କରିବା ସହ ଜଣଙ୍କ ଦେହ ଖରାପକୁ ନେଇ ଏମିତି ମଜା କରିବା ଅନୁଚିତ ବୋଲି ଶ୍ରୀତମ କହିଛନ୍ତି।

ବିଜୟ ମହାନ୍ତିଙ୍କ ହୃଦ୍‌ଘାତ ହୋଇଥିବା ନେଇ ପତ୍ନୀ ତନ୍ଦ୍ରା ରାୟ କହିଥିଲେ। ପ୍ରଥମେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରୁ ଆଇସିୟୁକୁ ଅଣାଯାଇଥିଲା। ଏବେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି ଏବଂ ଅପେକ୍ଷାକୃତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *