ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ ଓ କେନ୍ଦ୍ରପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।

ଏହାଛଡ଼ା କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହାପରେ ରାଜ୍ୟରେ ଏଯାଏ ୮୮୭ ଜଣ ସୁସ୍ଥ ହୋଇଛନ୍ତି।ସେହିପରି ରାଜ୍ୟରେ ଆଉ ୬୭ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଆଜି ଚିହ୍ନଟ ହୋଇଥିବା ୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ୨ଟି ଲୋକାଲ୍ କେସ୍ ରହିଛି। ଆଜିର ଚିହ୍ନଟ ୬୭କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *