ଛତିଶଗଡ଼ ମାଓପ୍ରବଣ ସୁକମା ଜିଲ୍ଲାରେ ଏସ୍‌ପି ହେଲେ ୪ ବର୍ଷ ଝିଅ

ସୁକୁମା:-ଛତିଶଗଡ଼ର ଏକ ୪ ବର୍ଷର ଝିଅ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ତାଙ୍କୁ ଗୋଟିଏ ଦିନ ପାଇଁ ସୁକମା ଜିଲ୍ଲାର ଏସପି ଭାବେ ଅଧିଷ୍ଠିତ କରାଯାଇଥିଲା। କିଏ ଏହି ଝିଅ କାହିଁକି ଆରାଧ୍ୟା ହେଲା ସୁକମା ଏସପି ଜାଣନ୍ତୁ।

୪ ବର୍ଷର ଝିଅ ହେଲେ ଏସ୍‌ପି । ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ର ସୁକମା ଜିଲ୍ଲାର ଏସ୍‌ପି ହୋଇଛି ୪ ବର୍ଷର ଝିଅ ଆରାଧ୍ୟା ଚାଣ୍ଡକ । ଯେଉଁ ବୟସରେ ପିଲାମାନେ ଖେଳି ବୁଲି ଦୁଷ୍ଟାମୀ କରିବା କଥା ସେହି ବୟସରେ ସେ ପୁଣି ସୁକମାର ଏସ୍‌ପି । ଦିନକ ପାଇଁ ହେଲେ ମଧ୍ୟ ଏହା କମ୍‌ ବଡ଼ ସଫଳତା ନୁହେଁ । ଆଉ ତା ପଛରେ କାରଣ ହେଉଛି କରୋନା ସଚେତନତା ନେଇ ଭାଇରାଲ୍ ହୋଇଥିବା ଆରାଧ୍ୟାଙ୍କ ଭିଡିଓ । ଏତେ କୁନି ବୟସରେ ସେ କରୋନା ମହାମାରୀକୁ ନେଇ ଏତେ କଥା ବୁଝିସାରିଛି ଯାହାକି ଅନେକ ବୟସ୍କ ଲୋକ ମଧ୍ୟ ବୁଝିପାରୁନାହାନ୍ତି । ଆଉ ଆରାଧ୍ୟାର ଭିଡିଓ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଅଭିଭୂତ ହୋଇଛନ୍ତି।  କରୋନା କବଳରୁ ରକ୍ଷା ପାଇବାର ଆରାଧ୍ୟ ଦେଇଛି ୫ଟି ଟିପ୍‌ସ ।

କୁନି ଝିଅ ଆରାଧ୍ୟାର କରୋନା ସଚେତନତା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଏହା ଏତେ ଭାଇରାଲ୍ ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କର ପ୍ରଶଂସା କରି ଟ୍ବିଟ୍‌ କରିଛନ୍ତି । ।ସୁକମା ଏସ୍‌ପି ଏହି ୪ ବର୍ଷର କୁନି ଝିଅକୁ ନିଜ କାର୍ଯ୍ୟାଳୟକୁ ଡାକି ସମ୍ମାନୀତ କରିଛନ୍ତି ।ତାଙ୍କୁ ମାନପତ୍ର ଦେବା ସହିତ ନିଜ ଚେୟାରରେ ବସାଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *