‘ସାଇକଲ୍‌ ଗର୍ଲ’ ଜ୍ୟୋତିଙ୍କ କାହାଣୀକୁ ନେଇ ନିର୍ମାଣ ହେବ ସିନେମା

ପାଟନା:-ଲକ୍ ଡାଉନରେ ଗୁରୁଗ୍ରାମ ଦରଭଙ୍ଗାରୁ ସାଇକେଲରେ ନିଜ ଅସୁସ୍ଥ ବାପାଙ୍କୁ ଧରି ନିଜ ଘର ବିହାରକୁ ଫେରିଥିଲେ ୧୫ ବର୍ଷର ନାବାଳିକା ଜ୍ୟୋତି । ଯାହାକୁ ନେଇ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ୭ ଦିନରେ ୧୨ ଶହ କିଲୋମିଟର ଯାତ୍ରା କରିଥିବା ଜ୍ୟୋତି କୁମାରୀଙ୍କୁ ଏକ ଅପୂର୍ବ ସୁଯୋଗ ଦେଇଥିଲା ସାଇକେଲିଂ ଫେଡେରେସନ। କିନ୍ତୁ ଏବା ଯାହା ଖବର ଆସୁଛି ଯେ, ଜ୍ୟୋତିଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ କରାଯିବ।

ଫିଲ୍ମ ନିର୍ଦ୍ଦେଶକ ବିନୋଦ କାପଡି ଜ୍ୟୋତିଙ୍କ ଜୀବନୀ ଉପରେ ଫିଲ୍ମ କରାଯିବ ନେଇ ଘୋଷଣା କରିଛନ୍ତି ।  ଫିଲ୍ମ ‘ପିହୁ’ର ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି ।  ବିନୋଦ ଆହୁରୀ କହିଛନ୍ତି ଯେ,  ଜ୍ୟୋତି ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ଆଜି ପ୍ରେରଣା ପାଲଟି ଯାଇଛନ୍ତି  । ଏହା ଭିତରେ ତାଙ୍କ ଉପରେ ଫିଲ୍ମ କରିବା ଆବଶ୍ୟକ। ଫିଲ୍ମକୁ ନେଇ ମୁଁ ଜ୍ୟୋତିଙ୍କ ବାପାଙ୍କ ସହିତ କଥା ହୋଇଛି ବୋଲି ବିନୋଦ କାପଡି କହିଛନ୍ତି ।

୧୨ ଶହ କିଲୋମିଟର ସାଇକେଲ ଯାତ୍ରା ପରେ  ଆମେରିକାର ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ  ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍‌ ମାଧ୍ୟମରେ ଜ୍ୟୋତିଙ୍କୁ ପ୍ରଶଂସା କରିଥିଲେ। ଜ୍ୟୋତି  କହିଥିଲେ କି ସେ ବାପାଙ୍କୁ ସାଇକେଲରେ ବସାଇ ୧୦ ମେ’ରେ ଗୁରୁଗ୍ରାମରୁ ବାହାରି  ଶନିବାର ୧୬ ତାରିଖ ସନ୍ଧ୍ୟାରେ ଘରେ ପହଁଚିଥିଲେ । ଏହି ସମୟରେ ତାଙ୍କୁ ବହୁତ କିଛି ସମସ୍ୟାର ସମ୍ମୁଖୀନର ସାମନା କରିବାକୁ ପଡ଼ିଥିଲା ଏବଂ କିଛି ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *