ଜାମ୍ମୁ କାଶ୍ମୀରରେ ପୁଣି ପୁଲୱାମା ହମଲା ଭଳି ଷଡଯନ୍ତ୍ର ବିଫଳ : ଖବର ପାଇ ସେନା କାର୍ ରେ ଥିବା ଆଇଇଡିକୁ ଡିଫ୍ୟୁଜ କଲା

ଶ୍ରୀନଗର:-ଜାମ୍ମୁ କାଶ୍ମୀରରେ ଗୁରୁବାର ଦିନ ପୁଲୱାମା ହମଲା ଭଳି ଏକ ଷଡଯନ୍ତ୍ର ବିଫଳ ହୋଇଛି | ସମାଚାର ଏଜେନ୍ସି ପିଟିଆଇ ସୂତ୍ର ଅନୁଯାୟୀ, ପୁଲୱାମା ନିକଟରେ ଏକ ଧଳା ସାଣ୍ଟ୍ରୋ କାରରେ ଆଇଇଡି ପ୍ଲାଣ୍ଟ କରାଯାଇଥିଲା | ସୁରକ୍ଷାକର୍ମୀ ଠିକ ସମୟରେ ଏହାକୁ ଡିଫ୍ୟୁଜ କରିଦେଇଥିଲେ | ପୁରା ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି |ପୋଲିସ ସୂଚନା ଅନୁଯାୟୀ, · ଫେକ ରେଜିଷ୍ଟ୍ରେସନ ନମ୍ବର ରହିଥିଲା | ପୋଲିସ କାରକୁ ରୋକିବାକୁ ଚେଷ୍ଟା କରିବାରୁ କାରଟି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲା | ସୁରକ୍ଷାବଳ କାର ଉପରକୁ ଗୁଳି ଚଲାଇଥିଲେ | ଫଳରେ ଡ୍ରାଇଭର କାର ଛାଡି ପଳାଇଥିଲା | ପୋଲିସ ମହାନିର୍ଦେଶକ ବିଜୟ କୁମାରଙ୍କ କହିବାନୁଯାୟୀ, ହଲଵା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା | ସେଥିପାଇଁ ବୁଧବାର ଦିନରୁ ଏହି ଆଇଇଡି କାରର ତଲାଶ ଜାରି ରହିଥିଲା | ସେ କହିଛନ୍ତି, ଆର୍ମି, ପୋଲିସ ଓ ଅର୍ଦ୍ଧସୈନିକବଳ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ କରିଥିଲେ | ପରେ ବୋମା ନିରୋଧକ ଟିମ ଆସି ଆଇଇଡିକୁ ଡିଫ୍ୟୁଜ କରିଥିଲେ | କାରରେ ଏତେ ମାତ୍ରାରେ ବିସ୍ଫୋଟକ ଥିଲା ଯେ କାର ପଳାଇବାକୁ ଉଦ୍ୟମ କଲାବେଳେ ଆଖପାଖ ଅଞ୍ଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି | ଧଳା ସାଣ୍ଟ୍ରୋ କାରରେ ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ୍ ଲଗାଯାଇଥିଲା |ଗତବର୍ଷ ଫେବୃଆରୀ ମାସରେ ପୁଲୱାମାରେ ଆତଙ୍କୀ ହମଲା ହୋଇଥିଲା | ସେତେବେଳେ ମଧ୍ୟ ଏହିଭଳି ଏକ ହମଲା କରାଯାଇଥିଲା | ଏହି ଆତଙ୍କ ହମଲାରେ ୪୦ ଯବାନ ଶହୀଦ ହୋଇଥିଲେ | ଜବାବରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଥିଲେ | ଭାରତୀୟ ସେନା ପାକିସ୍ତାନ ଵାଲାକୋଟରେ ପଶି ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ଅନେକ ଶିବିରକୁ ଧ୍ବଂସ କରିଥିଲେ |

Leave a Reply

Your email address will not be published. Required fields are marked *