ସାଇବର ଅପରାଧୀଙ୍କ ନୂଆ ଫଣ୍ଡା: ଟାର୍ଗେଟରେ ପୋଲିସ୍ ଆଉ ସାମ୍ବାଦିକ
ଭୁବନେଶ୍ୱର:-ଲକ୍ଡାଉନ୍ରେ ମାତିଛନ୍ତି ସାଇବର ଅପରାଧୀ। ଅଜଣା ବ୍ୟକ୍ତିଙ୍କ ଫେସ୍ବୁକ୍ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି । ସାମ୍ବାଦିକ ଓ ପୁଲିସ ବେଶର ଅନ୍ୟକୁ ଟଙ୍କା ମାଗୁଛନ୍ତି । ଏମିତି ହ୍ୟାକିଂର ଶିକାର ହୋଇଛନ୍ତି କମିଶନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଓ ଅନ୍ୟ କିଛି ସାମ୍ବାଦିକ । ସୂଚନା ମୁତାବକ, ଜୋନ୍-୪ ଏସିପି ରବି ଶତପଥୀଙ୍କ ଫେସ୍ବୁକ୍ ଆକାଉଣ୍ଟକୁ କେହି ହ୍ୟାକ୍ କରିଛନ୍ତି । ହ୍ୟାକର ଜଣକ ତାଙ୍କ ଫ୍ରେଣ୍ଡଲିଷ୍ଟରେ ଥିବା ଅନ୍ୟ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ସହିତ ଚାଟ୍ କରୁଛନ୍ତି । ନିଜେ ଅସୁବିଧାରେ ପଡିଥିବା ଜଣାଇ ୧୦-୧୫ ହଜାର ଟଙ୍କା ମାଗିଛନ୍ତି । ଜଣେ ସମ୍ପର୍କୀୟଙ୍କଠାରୁ ଏକଥା ଜାଣିବା ପରେ ଶ୍ରୀ ଶତପଥୀ ସାଇବର୍ ସେଲ୍ରେ ଏକ ଅଭିଯୋଗ କରିଛନ୍ତି । ଅନୁରୂପ ଢଙ୍ଗରେ ସାମ୍ବାଦିକ ସଞ୍ଜୀବ ବିଶ୍ୱାଳ, ଜତିନ୍ ଷେଣ୍ଢ ଓ ଆଲୋକ ବାରିକଙ୍କ ଫେସ୍ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡି଼ଛି ।










