ଆରୋଗ୍ୟ ସେତୁ ଆପ୍- ସରକାର ଦେଉଛନ୍ତି ଏକ ଲକ୍ଷ ଟଙ୍କା ଜିତିବାର ମଉକା
ନୂଆଦିଲ୍ଲୀ – ସରକାର ଏବେ ସ୍ମାର୍ଟଫୋନ୍ ମାନଙ୍କର ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଆପ୍ ଡାଉନ୍ଲୋଡ କଲେ କରୋନା ଆକ୍ରାନ୍ତଙ୍କ ବିଷୟରେ ସୂଚନା ମିଳିବ । ମାତ୍ର ଏବେ ଏହି ଆପ୍ ମାଧ୍ୟମରେ ସରକାର ଏବେ ଏକ ଲକ୍ଷ ଟଙ୍କା ଜିତିବାର ସୁଯୋଗ ଦେଉଛନ୍ତି ।
ନିତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଅନୁସାରେ ବିଶ୍ୱରେ ଅନ୍ୟ କୌଣସି ସରକାର ଏହ ପଦକ୍ଷେପ ଗ୍ରହଣ କରି ନାହାନ୍ତି । ସାଧାରଣ ଲୋକଙ୍କର ସୁରକ୍ଷା ଆରୋଗ୍ୟ ସେତୁ ଆପ୍ର ପ୍ରଥମ ଲକ୍ଷ୍ୟ । ବିଶ୍ୱରେ ଅନ୍ୟ କୌଣସି ସରକାର ଏତେ ବଡ ଓ ଭଲ ପଦକ୍ଷେପ ଗ୍ରହଣ କରି ନଥିବା କଥା ସେ ପ୍ରକାଶ କରିଛନ୍ତି ।
କରୋନା ଭାଇରସ୍ରୁ ରକ୍ଷା ପାଇବା ପାଇଁ ଲୋକମାନେ ଏହି ଆପ୍ ବ୍ୟବହାର କରୁଛନ୍ତି । ଏଥିରେ କାହାର ବ୍ୟକ୍ତିଗତ ସୂଚନା କିଛି ବି ଲିକ୍ ହେବ ନାହିଁ । ଏହି ଆପ୍ର ସୋର୍ସ କୋଡ୍କୁ ଏଥିପାଇଁ ଓପନ ବା ସାଧାରାଣ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଛି । କୌଣସି ଲୋକ ବା ହାକର ଏହାକୁ ହାକ୍ କରି ପାରିଲେ ତାଙ୍କୁ ଏକ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । ଏଥିରେ କୌଣସୁ ସୁରକ୍ଷାଗତ ଅସୁବିଧା ବି ଜଣାଇଲେ ତାକୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ବୋଲି କୁହାଯାଇଛି ।










