ବଜାରକୁ ଆସିଲା ପ୍ରିଣ୍ଟେଡ୍ ଫେସ୍ ମାସ୍କ, ଆଉ ଲୁଚିବନି ମୁହଁ
ନୂଆଦିଲ୍ଲୀ:-ବଜାରରେ ପୂର୍ବ ଅପେକ୍ଷା ଗହଳି ଚହଳି ସାମାନ୍ୟ ବଢିବାରେ ଲାଗିଲାଣି । ଆଗାମୀ ସମୟରେ ସବୁକିଛି ସାମାନ୍ୟ ହୋଇଯିବ କିନ୍ତୁ ମାସ୍କ ଓ ସାନିଟାଇଜର ସହିତ ଆମର ସମ୍ପର୍କ ଲମ୍ବା ଚାଲିବ । ତେବେ ଏହା ମଧ୍ୟରେ ଏକ ଚିନ୍ତା ଏହା ଯେ ମାସ୍କ ଲଗାଇଥିବା ଲୋକଙ୍କୁ ଚିହ୍ନିବା କେମିତି ? ଏହି ଚିନ୍ତା ଦୂର କରିବା ପାଇଁ ଅନେକ କମ୍ପାନୀ କାମ ଆରମ୍ଭ କରିଦେଇଛନ୍ତି ।
କେରଳର କୋଚ୍ଚି ଓ କୋଟ୍ଟାୟମ ଜିଲ୍ଲାର କିଛି ଷ୍ଟୁଡିଓ ଇନୋଭେଟିଭ୍ ଆଇଡିଆ ସହିତ ସାମ୍ନାକୁ ଆସିଛନ୍ତି । ଏହି ଷ୍ଟୁଡିଓ ପ୍ରିଣ୍ଟେଡ୍ ଫେମ୍ ମାସ୍କ ପ୍ରସ୍ତୁତ କରିଛି । ଖାସ୍ କଥା ଏହା ଯେ ମାସ୍କରେ ଅନ୍ୟ କିଛି ନୁହେଁ ବରଂ ଆପଣଙ୍କ ଫଟୋ ପ୍ରିଣ୍ଟ ହେବ । ଏହା ବିଲୁକୁଲ୍ ଆପଣଙ୍କ ଭଳି ନଜର ଆସିବ ଏବଂ ସହଜରେ ଅନ୍ୟମାନେ ଚିହ୍ନିପାରିବେ ।
ବାଭେନ୍ସ (Bavens) ଷ୍ଟୁଡିଓର ପାର୍ଟନର ମିତ୍ରା ବାଭେନ୍ କହିଛନ୍ତି କି ଏହା ଏଭଳି ଏକ ପ୍ରଥମ ପ୍ରୟୋଗ । ଆମ ଫଟୋ ଷ୍ଟୁଡିଓ ଅଛି ଏବଂ ସେଥିରେ ମଗ, ପେନ୍, ଟି-ସର୍ଟ ଆଦି ଉପରେ ଫଟୋ କିମ୍ବା ଗ୍ରାଫିକ୍ସ ପ୍ରିଣ୍ଟ କରିଆସୁଛୁ । କରୋନା ସଙ୍କଟକୁ ଦେଖି ମାସ୍କ ବାଧ୍ୟତାମୂଳକ ହୋଇଗଲାଣି । ତେଣୁ ଆମେ ଚିନ୍ତା କଲୁ କି କପଡାର ମାସ୍କ ପ୍ରିଣ୍ଟ କରାଯାଉ । ଏହି ଚିନ୍ତା କରି ଆମେ ମାସ୍କ ପ୍ରିଣ୍ଟ କରିବାକୁ ଲାଗିଲୁ ।
ଏହି କଷ୍ଟମାଇଜ୍ଡ ମାସ୍କ ଭାଇରଲ ହେଉଛି । ବାଭେନ୍ସକୁ କେବଳ ଲୋକାଲ୍ ନୁହେଁ ବରଂ ଅନ୍ୟ ସହରରୁ ମଧ୍ୟ ଅର୍ଡର ମିଳିବାରେ ଲାଗିଛି । ଦିଲ୍ଲୀ ଓ ପୁଣେରୁ ମଧ୍ୟ ଅର୍ଡର ଆସୁଛି । ମିତ୍ରା କହିଛନ୍ତି କି ମାସ୍କ କପଡାର ୨ ଲେୟାରରେ ପ୍ରସ୍ତୁତ ହୋଇଛି ଏବଂ ଏହାକୁ ଧୋଇ ଶୁଖାଇ ମଧ୍ୟ ହେବ । ଫଟୋ ପ୍ରୋସେସ୍ କରିବାଠୁ ନେଇ ମାସ୍କ ପ୍ରିଣ୍ଟ କରିବା ପର୍ଯ୍ୟନ୍ତ ପ୍ରାୟ ୨୦ ମିନିଟ୍ ସମୟ ଲାଗିଥାଏ । ଗ୍ରାହକଙ୍କୁ ମାସ୍କ ପାଇଁ କେବଳ ନିଜ ଫେସର ସେଲ୍ଫି ପଠାଇ କିମ୍ବା ନିଜେ ଷ୍ଟୁଡିଓକୁ ଯାଇ ଅର୍ଡର ଦେଇପାରିବେ ବୋଲି ସେ କହିଛନ୍ତି । ବର୍ତ୍ତମାନ ଏହି ମାସ୍କର ଦାମ୍ ୫୦ ଟଙ୍କା ଏବଂ ଏହାକୁ କୁରିୟର କରାଯାଉଛି ।










