କଟକ ସିଟି ହସ୍ପିଟାଲର ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପାଇଁ ଜଣେ ଡାକ୍ତର କରୋନା ଆକ୍ରାନ୍ତ। କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନମୁନା ପଜିଟିଭ ଆସିବା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି। ଏନେଇ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ନିକଟରେ ସେ କେନ୍ଦ୍ରାପଡାର ସମ୍ପର୍କୀୟଙ୍କ ଘରୁ ଫେରିଥିଲେ। ତେବେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛି, ତାହା ଜଣାପଡ଼ିନି।

ଆଜି ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିସହିତ ସୋନପୁରକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ କରୋନା ପ୍ରବେଶ କରିଛି। ସୋନପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। 

ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୧୫୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନାରୁ ଆଉ ୮୪ ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ ୭୩୩ ଜଣ ସୁସ୍ଥ ହୋଇଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *