ପିତାଙ୍କ ମୃତ୍ୟୁ ପରେ ପୁଅ ନିଜ କର୍ତ୍ତବ୍ୟ ପାଳନ କରିଲା ନାହିଁ, ମୁସଲମାନ ଲୋକ କରିଲେ ଅନ୍ତିମ ସଂସ୍କାର

ମହାରାଷ୍ଟ୍ରର ଆକୋଲା ଠାରେ ଶନିବାର ଜଣେ 78 ବର୍ଷୀୟ ହିନ୍ଦୁ ବ୍ୟକ୍ତିଙ୍କର ମୃତ୍ୟୁ ହେଇଗଲା । ହିନ୍ଦୁ ପୁରୁଷଙ୍କ ପରିବାର କରୋନା ଭୟରେ ଉକ୍ତ ବ୍ୟକ୍ତିଙ୍କୁ ଶବଦାହ କରିବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ କିଛି ମୁସଲମାନ ଯୁବକ ମିଶିକି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।

କଥା ଏହା କି ଯେ ଯେଉଁ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା, ସେଠାରେ କରୋନା ଭାଇରସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପରିମଳ ବିଭାଗର ମୁଖ୍ୟ ପ୍ରଶାନ୍ତ ରାଜକୁର କହିଛନ୍ତି ଯେ ନାଗପୁରରେ ରହୁଥିବା ଏହି ବ୍ୟକ୍ତିଙ୍କ ପୁଅ ମୃତଦେହ ନେବାକୁ ଏବଂ ଶେଷ ରୀତିନୀତି କରିବାକୁ ମନା କରିଦେଇଛି।

ତେଣୁ ସ୍ଥାନୀୟ ମୁସଲମାନ ସଂଗଠନ ଅକୋଲା କାଚି ମେମନ୍ ଜାମାତ ଏହି ଦାଇତ୍ୱ ଗ୍ରହଣ କଲେ ଏବଂ କିଛି ମୁସଲମାନ ଲୋକ ଶବଦାହ କରିଦେଇଥିଲେ| ମୁନିସିପାଲଟି ସଂସ୍ଥାର ପରିମଳ ଅଧିକାରୀ ପ୍ରଶାନ୍ତ ରାଜକୁର କହିଛନ୍ତି ଯେ ଦୁଇ ଦିନ ପୂର୍ବେ ଡାକ୍ତରଖାନାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା।

କାଗଜପତ୍ର ସମାଧାନ କରିବା ପରେ ପ୍ରଶାସନ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ସୂଚନା ଦେଇଥିଲା, କିନ୍ତୁ ତାଙ୍କ ଘରୁ ମୃତଦେହ ନେବାକୁ କୌଣସି ବ୍ୟକ୍ତି ଆସି ନଥିଲେ। ଯେଉଁ ପିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ସେ ମଧ୍ୟ ଶେଷ ଥର ପାଇଁ ପୁଅକୁ ଦେଖି ପରି ନଥିଲେ |

ପ୍ରଶାନ୍ତ କହିଛନ୍ତି ଯେ ମୃତକ ବ୍ୟକ୍ତିଙ୍କ ଘରେ ତାଙ୍କ ପତ୍ନୀ ଏବଂ ପୁଅ ଅଛନ୍ତି। ପୁଅ ନାଗପୁର ରେ ରୁହନ୍ତି ଯେତେବେଳେ ସେ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ଜାଣିଲେ, ସେ ଆକୋଲାକୁ ଆସିଥିଲେ, କିନ୍ତୁ ତାଙ୍କୁ ଏଠି ଏଇ ଡର ଭୟଭୀତ କଲା କି ତାଙ୍କୁ କରୋନା ନ ହେଇଯାଉ| ଏହି ଡର ଯୋଗୁ ସେ ଶେଷ ରୀତିନୀତି କରିନଥିଲେ କିନ୍ତୁ ପିତାଙ୍କ ଶେଷ ଦର୍ଶନ ମଧ୍ୟ କରିନଥିଲେ।

ଯେତେବେଳେ ଜାଭେଦ୍ ଜାକରିଆ ଏହି ଖବର ପାଇଲେ, ସେତେବେଳେ ସେ ବୃଦ୍ଧଙ୍କୁ ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଶବଦାହ କରିଥିଲେ। ଜାଭେଦ୍ କହିଛନ୍ତି ଯେ କରୋନା ଆମ ସମ୍ପର୍କର ଡୋର ଭାଙ୍ଗିବା ପାଇଁ କାର୍ଯ୍ୟ କରିଚି। ପୁଅକୁ କରୋନା ନ ହେଇଯାଉ ସେହି ଭୟରେ ସେ ନିଜ ବାପାଙ୍କ ଶବକୁ ବି କାନ୍ଧରେ ନେଲେ ନାହିଁ |

ଜାଭେଡ ଜାକେରିଆ ଏହା ମଧ୍ୟ କହିଛନ୍ତି ଯେ ଆକୋଲାରେ କରୋନା ହେତୁ ପ୍ରଥମ ମୃତ୍ୟୁ ପରେ ଆମେ ସେମାନଙ୍କ ପାଇଁ ଶେଷ ରୀତିନୀତି କରିବାକୁ ନିଷ୍ପତ୍ତି ନେଇଛୁ ଯେଉଁମାନଙ୍କ ପରିବାର ଏପରି କରିପାରୁ ନାହାଁନ୍ତି। ସେ କହିଥିଲେ ଯେ ଆମେ 60 ଟି ଅନ୍ତିମ ସଂସ୍କାର କରିଛୁ, ସେଥିମଧ୍ୟରୁ 21 ଜଣ କୋଭିଡ ରୋଗୀଙ୍କ ମଧ୍ୟରୁ … ପାଞ୍ଚଜଣ ହିନ୍ଦୁ।

Leave a Reply

Your email address will not be published. Required fields are marked *