କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତକୁ ଧରି ଛେଚିଲେ ପ୍ରବାସୀ

ନୀଳଗିରି:-କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ବାହାର ରାଜ୍ୟରୁ ଫେରି ପୀଡିତା କ୍ବାରେଣ୍ଟାଇନ୍ ସେଣ୍ଟରେ ରହୁଥିଲେ।ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସେ ବାଥରୁମ ଯାଇଥିବା ସମୟରେ ସ୍ଥାନୀୟ ଜଣେ ନିଶାକ୍ତ ଯୁବକ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ,  ଏହି କ୍ବାରେଣ୍ଟାଇନ ସେଣ୍ଟରରେ ୪ ଜଣ ଯୁବତୀଙ୍କୁ ମିଶାଇ ୭୭ ଜଣ ପ୍ରବାସୀ ଓଡ଼ିଆ ରହୁଥିଲେ।ଗୋହିରା ଅଞ୍ଚଳରେ ରତ୍ନାକର ଜେନା ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ମଙ୍ଗଳବାର ସକାଳୁ ସେଣ୍ଟରରେ ଅବାଧରେ ପ୍ରବେଶ କରିଥିଲେ। ସକ୍ୟୁରିଟି ଥିବା ସତ୍ତ୍ବେ  ଏହି ବ୍ୟକ୍ତି ଅବାଧରେ  ବାଥରୁମ ଭିତରକୁ ପ୍ରବେଶ କରିଥିଲେ।ଜଣେ ଯୁବତୀ ଅସୁସ୍ଥ ଅବସ୍ଥାରେ ବାନ୍ତି କରୁଥିବା ବେଳେ ଏହି ନିଶାସକ୍ତ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ପୀଡିତା ଜଣଙ୍କ ଜୋର୍‌ରେ ପାଟି କରିବାରୁ ତାଙ୍କର  ୩ ଜଣ ସହଯୋଗୀ ଦୌଡ଼ି ଆସିଥିଲେ।ତାପରେ ରତ୍ନାକରକୁ ବାନ୍ଧି ନିର୍ଧୁମ ଛେଚିଥିଲେ।ଘଟଣା ଚାରିଆଡେ ଖେଳିଯିବା ପରେ ଉତ୍ତେଜନା ଲାଗି ରହିଥିଲା।

Leave a Reply

Your email address will not be published. Required fields are marked *