କଣ୍ଟେନମେଣ୍ଟ ଜୋନ୍ ହଟାଇବା ଦାବିରେ ନାଲାରୋଡ୍‌ରେ ପୋଲିସ-ଜନତା ମୁହାମୁହିଁ

ରାଉରକେଲା:-ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା । ପୋଲିସ-ଜନତା ମୁହାମୁହିଁ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ହଟାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସଂଘର୍ଷ ବେଳେ ପୋଲିସ ଉପରକୁ ପଥରମାଡ କରିଛନ୍ତି ଲୋକେ ।ସ୍ଥାନୀୟ ଅଞ୍ଚଳରେ ଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପ୍ କୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା । ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କଣ୍ଟେନମେଣ୍ଟ ଅଞ୍ଚଳରେ ବ୍ୟକ୍ତିଗତ ଯାତାୟତ ଏବଂ ଯାନବାହନ ଚଳାଚଳ ବନ୍ଦ ରହିଥିଲା ।ପୂର୍ବରୁ ମଧ୍ୟ ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ଭିତରେ ଢେଲା ମାଡ ହୋଇଥିଲା । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ନଯିବା ପାଇଁ ପୋଲିସ ବାରଣ କରିବାରୁ ଢେଲା ମାଡ କରାଯାଇଥିଲା ।

Leave a Reply

Your email address will not be published. Required fields are marked *