ପାଣିପାଗ ବିଭାଗ ଜାରି କଲା ରେଡ୍ ଆଲର୍ଟ !
ନୂଆଦିଲ୍ଲୀ – ଉତ୍ତର ଭାରତର କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଉପରକୁ ଉଠିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ରବିବାର ଦିନ ଦିଲ୍ଲୀ , ପଞ୍ଜାବ , ହରିୟାଣା , ଚଣ୍ଡିଗଡ଼ ଓ ରାଜସ୍ଥାନ ପାଇଁ ଆସନ୍ତା ଦୁଇ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି ।
ପାଣିପାଗ ବିଭାଗର ଆଞ୍ଚଳିକ ମୌସୁମୀ ବିଜ୍ଞାନ କେନ୍ଦ୍ରର ପ୍ରମୁଖ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି ବିଭାଗ ପୂର୍ବ ଉତ୍ତର ପ୍ରଦେଶ ପାଇଁ ‘ଲୁ’ ସମ୍ୱନ୍ଧରେ ଅରେଞ୍ଜ ସତର୍କ ଜାରି କରିଛି । ସେ ସୂଚନା ଦେଇ କହିଛନ୍ତି , ଆସନ୍ତା ଦୁଇ ଦିନରେ କିଛି ଅଞ୍ଚଳରେ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ୍ ଯାଏ ପହଞ୍ଚିପାରେ ।
ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି , ଏହି ଗରମ ସମୟରେ ପାଣିପାଗରେ ଏହା ପ୍ରଥମ ଥର ଯାହାକି ‘ଲୁ’ କି ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ପାଣିପାଗରେ ତାପମାତ୍ରା ସେତେ ମାତ୍ରାରେ ବଢ଼ିନି , ଯେତିକି ଏହା ସାଧାରଣରେ ଉତ୍ତର ଓ ମଧ୍ଯ ଭାରତରେ ବଢ଼ୁଛି । ଏହା ଏପ୍ରିଲ୍ ମାସରେ ବହୁତ ବର୍ଷା ହେବା କାରଣରୁ ହେଉଛି , ଯାହା ମେ’ ମାସ ମଧ୍ୟ ଯାଏ ଜାରି ରହିବ। ଶନିବାରକୁ ରାଜସ୍ଥାନର ପିଲାନୀରେ ୪୬.୭ ଡିଗ୍ରୀ ସେଲେସିୟସ ତାପମାତ୍ରା ରେକର୍ଡ କରାଯାଇଛି।
ଏହି ରାଜ୍ୟଗୁଡ଼ିକରେ ଆସନ୍ତା ୫ ଦିନରେ ବଢ଼ିବ ତାପମାତ୍ରା –
ପାଣିପାଗ ବିଭାଗ ନିଜର ନିୟମିତ ବୁଲେଟିନ୍ରେ କହିଛି ,ଆସନ୍ତା ୫ ଦିନରେ ପଞ୍ଜାବ , ହରିୟାଣା , ଚଣ୍ଡିଗଡ଼ , ଦିଲ୍ଲୀ ରାଜସ୍ଥାନ, ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ ବିଦର୍ଭ ଓ ତେଲଙ୍ଗାନାରେ କିଛି ଅଞ୍ଚଳରେ ‘ଲୁ’ ର ସ୍ଥିତି ସହ ଛିଟପୁର ଅଞ୍ଚଳଗୁଡ଼ିକରେ ବି ପ୍ରବଳ ‘ଲୁ’ ସ୍ଥିତି ଲାଗି ରହିବ ।