ଆଜି ପହଞ୍ଚିବ ୨୧ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌, ଆସୁଛନ୍ତି ୨୦ ହଜାର ପ୍ରବାସୀ

ଭୁବନେଶ୍ୱର :-ଆଜି ରାଜ୍ୟକୁ ଆସିବ ୨୧ଟି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ । ତାମିଲନାଡୁର କୋଇମ୍ବାଟୁର୍‌ ଷ୍ଟେସନ୍‌ରୁ ଛାଡିଥିବା ଗୋଟିଏ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ରବିବାର ବଲାଙ୍ଗୀର ଷ୍ଟେସନ୍‌ରେ ପହଞ୍ଚିବ । ସେହିପରି ତାମିଲନାଡୁର କୋଇମ୍ବାଟୁର୍‌ରୁ ଛାଡିଥିବା ଆଉ ଗୋଟିଏ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ରବିବାର ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିବ । ଅପରପକ୍ଷେ ବେଙ୍ଗାଲୁରୁ ଷ୍ଟେସନରୁ ଛାଡିଥିବା ଗୋଟିଏ ଟ୍ରେନ୍‌ ଖୋର୍ଦ୍ଧାରୋଡ୍‌, ନୂଆଦିଲ୍ଲୀରୁ ଆସିଥିବା ଗୋଟିଏ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବ ।

ଗୁଜରାଟର ସୁରଟରୁ ଛାଡିଥିବା ଦୁଇଟି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଆଜି ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବ । ପୁନେରୁ ଆସୁଥିବା ଗୋଟିଏ ଟ୍ରେନ୍‌ ବାଲେଶ୍ୱରରେ, ମହାରାଷ୍ଟ୍ରର ବସାଇ ରୋଡ୍‌ରୁ ଆସିଥିବା ଗୋଟିଏ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ, ବିଶାଖାପାଟଣାରୁ ଆସିଥିବା ଗୋଟିଏ ଟ୍ରେନ୍‌ ବଲାଙ୍ଗୀର ଷ୍ଟେସନରେ, ହାଇଦ୍ରାବାଦରୁ ଆସିଥିବା ଗୋଟିଏ ଟ୍ରେନ୍‌ କଟକରେ, ମହରାଷ୍ଟ୍ରର ବୋରିଭାଲିରୁ ଆସିଥିବା ଗୋଟିଏ ଟ୍ରେନ୍‌ ଗଞ୍ଜାମରେ, ଗୁଜୁରାଟର ଗାନ୍ଧିଧାମରୁ ଆସିଥିବା ଗୋଟିଏ ଟ୍ରେନ୍‌ ନିର୍ଗୁଣ୍ଡି ଷ୍ଟେସନରେ, ତେଲେଙ୍ଗାନାର କାଜିପେଟରୁ ଆସିଥିବା ଗୋଟିଏ ଟ୍ରେନ୍‌ ବଲାଙ୍ଗୀରରେ, ହାଇଦ୍ରାବାଦରୁ ଆସିଥିବା ଦୁଇଟି ଟ୍ରେନ୍‌ ମଧ୍ୟରୁ ଗୋଟିଏ ବାଲେଶ୍ୱରରେ ଓ ଅନ୍ୟଟି ଖୋର୍ଦ୍ଧାରୋଡ୍‌ରେ, କାଜିପେଟ୍‌ରୁ ଆସିଥିବା ଗୋଟିଏ ଟ୍ରେନ୍‌ ଅନୁଗୁଳରେ, ଗୋଆର କାରମାଳିରୁ ଆସିଥିବା ଗୋଟିଏ ଟ୍ରେନ୍‌ ଭବାନୀପାଟଣାରେ, ହାଇଦ୍ରାବାଦରୁ ଆସିଥିବା ଗୋଟିଏ ଟ୍ରେନ୍‌ ଭଦ୍ରକରେ, ତେଲେଙ୍ଗାନାର ମେହବୁବନଗରରୁ ଆସିଥିବା ଗୋଟିଏ ଟ୍ରେନ୍‌ ନୂଆପଡ଼ା ରୋଡ୍‌ରେ, କାଜିପେଟରୁ ଆସିଥିବା ଗୋଟିଏ ଟ୍ରେନ୍‌ ନୂଆପଡ଼ା ରୋଡ୍‌ରେ ଓ ହାଇଦ୍ରାବାଦରୁ ଆସିଥିବା ଗୋଟିଏ ଟ୍ରେନ୍‌ ନୂଆପଡ଼ା ରୋଡ୍‌ରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରାୟ ପ୍ରତ୍ୟେକ ଟ୍ରେନ୍‌ରେ ୧ ହଜାରରୁ ୧୧ଶହ ଶ୍ରମିକ ଆସିବା ନେଇ ସୂଚନା ମିଳିଛି । ୨୦ ହଜାରରୁ ଅଧିକ ଦାଦନ ଶ୍ରମିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚିବେ ।

Leave a Reply

Your email address will not be published. Required fields are marked *