ଖଣ୍ଡପଡା ଗଡଜାତରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ଭୁବନେଶ୍ୱର:-‘ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ଯୁବରାଜ ସିଦ୍ଧାର୍ଥ ଶେଖର ସିଂହଙ୍କ ଦ୍ଵାରା ସମ୍ପାଦିତ ହୋଇଛି। ଖଣ୍ଡପଡ଼ା ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ସୁପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ ତୁଲାଇଛନ୍ତି। ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଓ ଅନ୍ୟ ମନ୍ଦିର ସେବାୟତମାନେ ରଥାରୁଢ଼ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ରାଜବାଟିକୁ ଆଣି ପୂଜାର୍ଚନା କରିବାପରେ ଯୁବରାଜଙ୍କୁ ହଜାର ହଜାର ଭକ୍ତଙ୍କ ଗହଣରେ ରାଜନଅରରୁ ରଥ ଅଭିମୁଖେ ପଟୁଆରରେ ପାଛୋଟି ନେଇଥିଲେ। ଘଣ୍ଟ, ହୁଳହୁଳି, ପାରମ୍ପରିକ ବାଦ୍ୟ ଓ ଜୟ ଜଗନ୍ନାଥ ଧ୍ୱନି ରେ ସମଗ୍ର ପରିବେଶ କମ୍ପି ଉଠିଥିଲା ।
ରଥ ଉପରେ ରାଜ ପୁରୋହିତ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଯୁବରାଜ ସିଦ୍ଧାର୍ଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆଲଟ, ଚାମର, ଆଳତି ସେବା କରିବା ସହ ରଥ ଚାରିପାଖେ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଏହି ଅପୂର୍ବ ଦୃଶ୍ୟକୁ ଉପଭୋଗ କରିବାକୁ ଖଣ୍ଡପଡ଼ା ଏବଂ ଆଖ ପାଖ ଅଞ୍ଚଳ ରୁ ହଜାର ହଜାର ଜଗନ୍ନାଥ ଭକ୍ତଙ୍କ ଜନସମାଗମ ହୋଇଥିଲା।
ଖଣ୍ଡପଡା ଗଡ଼ଜାତ ଅଞ୍ଚଳ| ର ଇତିହାସ ଅନୁସାରେ ଖଣ୍ଡପଡ଼ା ଗଡଜାତ ରେ ତତ୍କାଳୀନ ରାଜା ନିଳାଦ୍ରି ସିଂହ ମର୍ଦ୍ଦରାଜ (1780-90) ମଧ୍ୟରେ ଖଣ୍ଡପଡ଼ା ରେ ପୁରୀ ମନ୍ଦିର ଅନୁରୁପ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରି ପ୍ରଥମେ ରଥ ଯାତ୍ରା ଆରମ୍ଭ କରି ନିଜେ ଛେରାପହଁରା କରିଥିଲେ ସେବେଠାରୁ ପୁରୀ ଜଗନ୍ନାଥ ଙ୍କ ରୀତିନୀତି ଅନୁସାରେ ନିରବିଚ୍ଛିନ୍ନ ଭାବରେ ରଥଯାତ୍ରା ପାଳିତ ହୋଇ ଆସୁଅଛି| ପରବର୍ତ୍ତୀ ସମୟରେ ବିଭିନ୍ନ ରାଜା ମାନେ ଏହି ପରମ୍ପରା ପାଳନ କରିଆସୁଛନ୍ତି। ୧୯୭୭ରେ ପିତା ରାଜା ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ଙ୍କ ଦେହାନ୍ତ ପର ଠାରୁ ଖଣ୍ଡପଡାର ବର୍ତ୍ତମାନର ରାଜା ଭିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ଏହି ଛେରା ପହଁରା ସେବା ରଥ ରେ କରିଆସୁଛନ୍ତି |ଚଳିତ ବର୍ଷ ତାଙ୍କ ଦେହ ଅସୁସ୍ଥ ଥିବା କାରଣ ରୁ ଡାକ୍ତର ଙ୍କ ପରାମର୍ଶ ସେ ରଥ ରେ ଏହି ଛେରା ପହଁରା ନୀତି କରିବାରେ ଅସମର୍ଥ ପ୍ରକାଶ କରିବା ଫଳରେ ତାଙ୍କ ପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ ତୁଲାଇଛନ୍ତି |

Leave a Reply

Your email address will not be published. Required fields are marked *