ବନ୍ୟା ରିଲିଫ କମିଟି ଗଠନ କଲା ପିସିସି

ଉଦ୍ଧାର ଓ ରିଲିଫ୍ ପାଇଁ କଂଗ୍ରେସ ଗଠନ କଲା କମିଟି
ଭୁବନେଶ୍ବର,୨୩।୬: ବାଲେଶ୍ବର ଜିଲାରେ ବନ୍ୟା ପ୍ଳାବିତଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଏଆଇସିସି ସଦସ୍ୟ ନବଜ୍ୟୋତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୧୬ ଜଣ ସଦସ୍ୟ ରହିଛନ୍ତି। ପିସିସି ଉପ ସଭାପତି ତଥା ବାଲେଶ୍ବର ଜିଲା ସଂଗଠନ ଦାୟିତ୍ବରେ ଥିବା ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟରେ ଯୋଗଦେବେ। ଭୋଗରାଇ, ବାଲିଆପାଳ ଓ ଜଳେଶ୍ବରର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଏହି କମଟି ଗସ୍ତ କରିବ।

Leave a Reply

Your email address will not be published. Required fields are marked *