ବମିଖାଲରେ ଅପରାଧିଙ୍କ ମୁହଁ ଫୁଟାଣି: ପୋଲ୍ ଖୋଲିବାରୁ ସାମ୍ବାଦିକଙ୍କୁ କଲେ ଆକ୍ରମଣ
ଭୁବନେଶ୍ବର(ମୁଖ୍ୟ):-ବମିଖାଲରେ ଏବେ ତାଲିବାନୀ ଶାସନ ଚଲାଉଛନ୍ତି କିଛି ପେଶାଦାର ଅପରାଧି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଉକ୍ତ ଅଞ୍ଚଳରେ ଏକ ଗ୍ୟାଙ୍ଗ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସରକାରୀ ଜମି ବିକ୍ରି କରିବା, ଜୁଆ ଖେଳିବା, ଡ୍ରଗ୍ସ ଏବଂ ବନ୍ଧୁକ କାରବାର କରିବା ଏବଂ ମହିଳା ମାନଙ୍କ ଇଜ୍ଜତ ସହ ଖେଳ ଖେଳୁଛନ୍ତି। ସେମାନଙ୍କ ବିରୋଧରେ କେହି ସ୍ୱର ଉତ୍ତୋଳନ କଲେ ସେମାନେ ଦଳବଳ ହୋଇ ଆକ୍ରମଣ କରୁଛନ୍ତି। ଆହତ ହୋଇ କେହି ଥାନାକୁ ଗଲେ ସେମାନେ ସାହି ଲୋକଙ୍କୁ ମେଳି କରି ଥାନା ଘେରାଉ କରି ପୁଲିସ ଉପରେ ଚାପ ପକାଉଛନ୍ତି। ଏହି ଅପରାଧିଙ୍କୁ ଉକ୍ତ ଅଞ୍ଚଳର ଜଣେ ବଡ଼ ବାବୁ ପରୋକ୍ଷରେ ସାହାର୍ଯ୍ୟ କରୁଛନ୍ତି। ଯେଉଥି ପାଇଁ ସେମାନେ ଅପରାଧ କଲେ ମଧ୍ୟ ସହଜରେ ଖସିଯାଉଛନ୍ତି। ଏହି ଅପରାଧିଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏକ ଦୈନିକ ଖବର କାଗଜରେ କାମ କରୁଥିବା ଚନ୍ଦନ ଜେନା। ବମିଖାଲରେ ଏହି ଅପରାଧିମାନେ କୌଣସି ବେଆଇନ୍ କାର୍ଯ୍ୟ କଲେ ତାହାକୁ ସାମ୍ବାଦିକ ଚନ୍ଦନ ଖବର ପରିବେଶଣ କରି ଲୋକ ଲୋଚନକୁ ଆଣନ୍ତି। ଏଥିପାଇଁ ଚନ୍ଦନ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଆଜି ଭୋରୁ ବମିଖାଲରେ ତାଙ୍କୁ ଏହି ଅପରାଧିମାନେ ଗାଲିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି। ଏପରିକି ତାଙ୍କ ସୁନାଚେନ୍ ଲୁଟିନେବା ସହ ତାଙ୍କ ମାଡ଼ ମାରିଥିଲେ। ଯେଉଥି ପାଇଁ ତାଙ୍କ ଛାତି ଏବଂ ପେଟରେ ଗଭିର ଆଘାତ ଲାଗିଛି। ଏନେଇ ମଧ୍ୟ ଚନ୍ଦନ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅପରାଧିଙ୍କୁ ଧରିବାକୁ ଚଢଉ କରୁଛନ୍ତି। କିନ୍ତୁ ଏହି ଗ୍ୟାଙ୍ଗ୍ର ଅନ୍ୟମାନେ ମେଳିହୋଇ ମାମଲାର ଦିଗ ବଦଳାଇବା ପାଇଁ ଥାନାରେ ଚନ୍ଦନଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ବଦନାମ କରିବାକୁ ଯୋଜନା କରିଛନ୍ତି।
ଗତ 1ତାରିଖରେ ପାତ୍ରପଡ଼ାର ଜଣେ ଯୁବତୀ ସାଙ୍ଗମାନଙ୍କ ସହ କ୍ୟାପିଟାଲ ଥାନା ବାପୁଜୀନଗର ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ। ସେଠାରେ ସେ ଖାଇ ସାରିବା ପରେ ସାଙ୍ଗ୍ ବିଲ ପେମେଣ୍ଟ କରୁଥିବା ବେଳେ ଯୁବତୀ ଜଣଙ୍କ ରେଷ୍ଟୁରାଣ୍ଟ ବାହାରେ ଛିଡ଼ା ହୋଇଥିଲେ। ଏହି ସମୟରେ ବିମଖାଲର ଟୁନା ଜୋନ, ବିଶ୍ବଜିତ ପୁହାଣ ଏବଂ ଅନିଲ ପୁହାଣ ଉକ୍ତ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗୀତ କରିଥିଲେ। ଏପରିକି ଯୁବତୀ ବିରୋଧ କରିବାକୁ ତାଙ୍କୁ ରାସ୍ତା ମଝିରେ ଅସଦାଚରଣ କଲେ। ଏପରିକି ଯୁବତୀ ଜରଙ୍କ ତାଙ୍କୁ ପୁରୁଷ ବନ୍ଧୁଙ୍କୁ ଫୋନ୍ କରି ଡାକିଥିଲେ। ହେଲେ 4ଜଣ ଅଭିଯୁକ୍ତ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ପିଟିଥିଲେ। ଶେଷରେ ଯୁବତୀ ଏବଂ ତାଙ୍କ ପୁରୁଷ ସାଙ୍ଗକୁ ଗୋଡ ଧରି ଭୁଲ ମଗାଇଲେ। ଏତିକିରେ ଅଭିଯୁକ୍ତଙ୍କ ରାଗ ଶାନ୍ତ ହୋଇନଥିଲା। ସେମାନେ ଉକ୍ତ ପୁରୁଷ ବନ୍ଧୁଙ୍କ ବମିଖାଲରେ ଥିବା ଦୋକାନରେ ଭଙ୍ଗାରୁଜା କରିବା ସହ ପୋଡିବାକୁ ଉଦ୍ୟମ କରିଥିଲେ। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିବା ପରେ କ୍ୟାପିଟାଲ ଥାନା ପୁଲିସ କେସ୍ ନଂ-5/2025ରେ ମାମଲା ରୁଜୁ କରିଥିଲା। ହେଲେ ଏହି ମାମଲା ରୁଜୁ କରିବା ପଛରେ ସାମ୍ବାଦିକ ଚନ୍ଦନ ଜେନାଙ୍କ ହାତ ଥିବା ଅଭିଯୁକ୍ତମାନେ ଭାବି ଆକ୍ରୋଶ ରଖିଥିଲେ। ଏପରିକି ଚନ୍ଦନଙ୍କ ସହଯୋଗୀ ଶ୍ୟାମ ଭୋଇଙ୍କ ମଧ୍ୟ ରାଗ ରଖିଥିଲେ। ଅଭିଯୁକ୍ତ ଟୁନା ଆଜି ସକାଳୁ ଚନ୍ଦନଙ୍କ ସହଯୋଗୀ ଶ୍ୟାମ ଘର ଆଗକୁ ଯାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଶ୍ୟାମ ଦଳିତ ହୋଇଥିବାରୁ ତାଙ୍କ ଜାତି ନେଇ ମଧ୍ୟ ଆକ୍ଷେପ କରିଥିଲେ। ଏହାପରେ ଚନ୍ଦନଙ୍କୁ ଫୋନ୍ କରି ବମିଖାଲ ଛକକୁ ଡାକିଥିଲେ। ଚନ୍ଦନ ଯିବା ପରେ କାରରେ ଟୁନା ଏବଂ ତାର ସହଯୋଗୀ ଆସି ମାଡ଼ ମାରିବା ସହ ସୁନା ଚେନ୍ ଲୁଟି ନେଇଥିତ୍ଲେ। କାରରେ ସେମାନେ ଖଣ୍ଡା ଏବଂ ଲୁହାରଡ଼ ରଖିଥିବା ଚନ୍ଦନ ଦେଖିଥିବା କହିଛନ୍ତି। ଟୁନାଙ୍କ ପତ୍ନୀ କମିଶନରେଟ୍ ପୁଲିସରେ କନ୍ଷ୍ଟବଳ ଥିବାରୁ ତାଙ୍କରୀ ବଳରେ ବଳିଆନ ହୋଇଛନ୍ତି। ତାର କେହି କିଛି କରିପାରିବେ ନାହିଁ ବୋଲି ଧମକ ଦେଉଛି। ଟୁନାର ସହଯୋଗୀମାନେ ଦୁର୍ଗ।ମଣ୍ଡପରେ ହୋଇଥିବା ଗୁଳିମାଡ଼, ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଅଛନ୍ତି।