କଇଁଛ ମାରି ରୋଷେଇ କରି ଖାଇଲେ ଫୁଡ ବ୍ଲଗର , ଖୁବ ଶୀଘ୍ର ଗିରଫ ହେବେ

ଭୁବନେଶ୍ୱର(ମୁଖ୍ୟ): ଭିୟୁ ପାଇବା ପାଇଁ ବ୍ଲଗରମାନେ ଆଇନକୁ ହାତକୁ ନେଉଛନ୍ତି l କଇଁଛ ମାରି ଏହାକୁ କାଟି ରୋଷେଇ କରି ଖାଇଲେ l କାଟିଆ ଠାରୁ ଆରମ୍ଭ କରି ଖାଇବା ପ୍ରଯ୍ୟନ୍ତ ପୁରା ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡିଲେ l ମାନବିକତା ଭୁଲି ଏହି ନିରୀହ ଜନ୍ତୁଙ୍କୁ କିଭଳି ମାରି ଖାଇଲେ, ପୁଣି ଆଇନକୁ ହାତକୁ ନେଲେ l ଏବେ ଭାଇରଲ ହେଉଛି କଇଁଛ ରୋଷେଇ କରି, ଖାଇବା ସହିତ ସେଇ ଭିଡିଓକୁ ସୋସିଆଲ ମିଡିଆରେ ଅପ୍ ଲୋଡ କରିବା।
ବିବେକ ବୋଲି ଜଣେ ଓଡ଼ିଆ ଯୁବକଙ୍କ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ଇଣ୍ଡିଆନ ଫ୍ଲାପ ସେଲ କଇଁଛ କୁ ରାନ୍ଧି ଖାଇବା ଭିଡ଼ିଓ ଅପଲୋଡ଼ କରିଛନ୍ତି ।
ସେଇ ଭିଡିଓ ଟି ୟୁଟ୍ୟୁବ୍ ତଥ୍ୟ ଅନୁଯାୟୀ 27 ଡିସେମ୍ବର 2024 ରେ ଅପଲୋଡ଼ ହୋଇଥିବାଜଣା ପଡ଼ୁଛି । ଯୁବକ ଜଣକ କଇଁଛ ଟିକୁ ଛୁରୀ ଧରି କାଟିବା, ମସଲା ମସଲି ଦେଇ ବିଧିବଦ୍ଧ ରନ୍ଧା ଯାଉଛି, ଏବଂ ଶେଷରେ ଯୁବକ ଜଣଙ୍କ ସେଇ ମାଂସ ଖାଇ ଭାରି ଖୁସି ମଧ୍ୟ ହେଉଥିବା ଭିଡ଼ିଓ ରେ ଦେଖା ଯାଉଚି । କଇଁଛ ଟି ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ୍, 1972 ରେ Schedule-I ସରୀସୃପ ଭାବରେ ସଂରକ୍ଷିତ ଏବଂ ଏହାକୁ ଶୀକାର କଲେ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ₹ 1 ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ର ପ୍ରାବଧାନ ରହିଛି । ଯୁବକଙ୍କ ୟୁଟ୍ୟୁବ୍ ପୃଷ୍ଠାରେ ସମ୍ବଲପୁରୀ ଲେଖା ଯାଇଥିବାରୁ, ଏବଂ ଭିଡ଼ିଓ ରେ ଓଡ଼ିଆ ଗୀତ ବ୍ୟବହାର ହୋଇଥିବାରୁ ସେ ଜଣେ ଓଡ଼ିଆ ବୋଲି ସହଜରେ ଅନୁମାନ କରି ହେଉଚି । ତେଣୁ, ଯୁବକଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଇମେଲ ମାଧ୍ୟମରେ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଶୁଭେନ୍ଦୁ ଉଭୟ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ରେ ଅପଲୋଡ଼ ହୋଇଥିବା ଭିଡ଼ିଓ କୁ ଡାଉନ୍ ଲୋଡ୍ କରି, ଏବଂ ଭିଡ଼ିଓ ର URL ସହିତ ସ୍କ୍ରିନ ସଟ୍ କୁ ପ୍ରମାଣ ସ୍ବରୂପ ଇମେଲ ରେ ସଂଲଗ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *