ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟୋ ମାରି ପସ୍ତଉଛି ମାଳଦ୍ୱୀପ

ସମୁଦ୍ର କୂଳରେ ବୁଲିବା, ଥଣ୍ଡା ପବନ ସହ ହାତରେ ଗରମ ଚାହା କପ୍ ଆଉ ଏକାନ୍ତରେ ସମୟ କାଟିବା । ଏହାସହ କିଛି ଭିନ୍ନ ଅନୁଭୂତି ପାଇଁ ସମୁଦ୍ରରେ ବୁଡିବା । ଜାନୁଆରୀ ୩ ଓ ୪ ତାରିଖ ଲାକ୍ଷାଦ୍ୱୀପକୁ ଦୁଇ ଦିନିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ପ୍୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିଥିଲେ । ଲାକ୍ଷାଦ୍ୱୀପ ବେଳାଭୂମୀରେ ଶାନ୍ତିର ମୁହୂର୍ତ ଅତିବାହିତ କରିବାର ଫଟୋ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ମୋଦୀ । ମୋଦୀ କହିଥିଲେ, ଏହି ସ୍ଥାନ ଏକାନ୍ତରେ ସମୟ ବିତାଇବା, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଏବଂ ରୋମାଂଚ ପାଇଁ ଉପଯୁକ୍ତ । ମୋଦୀ ନିଜ ଲାକ୍ଷାଦ୍ୱୀପ ଗସ୍ତରେ ସ୍ନର୍କଲିଂ କରିବା ସହ ବେଳାଭୂମୀରେ ଏକାନ୍ତରେ ସମୟ ଅତିବାହିତ କରୁଥିବାର ଫଟୋ ଭିଡିଓ ବି ସାମ୍ନାକୁ ଆସିଛି । ମୋଦୀ ନିଜର ଏହି ଯାତ୍ରାରେ ଲାକ୍ଷାଦ୍ୱୀପର ବିକାଶ ପାଇଁ ୧୧୫୬ କୋଟି ଯୋଜନାର ଘୋଷଣା କରିଥିଲେ ।

ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଲୋକଙ୍କ ମନରେ ଏହି ସ୍ଥାନକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଲା । ସୋସିଆଲ ମିଡିଆରେ ଲୋକେ ଲାକ୍ଷାଦ୍ୱୀପ ସର୍ଚ୍ଚ କରିବା ବି ଆରମ୍ଭ କରିଦେଲେ । ଦେଖୁ ଦେଖୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରିବା ସ୍ଥାନ ଭିତରେ ଏକ ନମ୍ବରରେ ଆସିଗଲା ଲାକ୍ଷାଦ୍ୱୀପ । କେବଳ ସେତିକି ନୁହେଁ ମାତ୍ର ଦିନ ୪ଟାରେ ଲାକ୍ଷାଦ୍ୱୀପକୁ ପର୍ଯ୍ୟଟକଙ୍କ ସୁଅ ବି ଛୁଟିଲା । ଏହାସହ ସୋସଆଲ ମିଡିଆରେ ଲାକ୍ଷାଦ୍ୱୀପର ତୁଳନା ମାଳଦୀପ ସହ ବି କରାଗଲା । ମୋଦୀଙ୍କ ଗସ୍ତ ପରେ ଛୁଟି ବିତାଇବା ସ୍ଥାନ ଭାବେ ଲାକ୍ଷାଦ୍ୱୀପର ଚାହିଦା ବଢି ଯାଇଛି । ଆଉ ଏହି କଥାକୁ ସହି ପାରିନାହିଁ ମାଳଦ୍ୱୀପ । ହେଲେ ଭାରତ ସହ ପଙ୍ଗା ମାଳଦୀପକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତରେ ବଏକଟ୍ ମାଳଦ୍ୱୀପ ଟ୍ରେଣ୍ଡ କରିବାରେ ଲାଗିଛି । ଲୋକେ ଏବେ ନିଜର ମାଳଦ୍ୱୀପ ଗସ୍ତକୁ ବାତିଲ କରିଦେଉଛନ୍ତି ।

ଭାରତ ସହ ବିବାଦ କରିବା ପରେ ବଢିବାରେ ଲାଗିଛି ମାଳଦ୍ୱୀପର ସମସ୍ୟା । ଭାରତରେ ପ୍ରତିବର୍ଷ ବିପୁଳ ସଂଖ୍ୟାରେ ଲୋକେ ବୁଲିବାକୁ ମାଳଦ୍ୱୀପ ଯାଇଥାନ୍ତି । ହେଲେ ମାଳଦ୍ୱୀପରେ ନୂଆ ମୁଇଜୁ ସରକାର ଆସିବା ପରେ ଦୁଇ ଦେଶର ସମ୍ପର୍କରେ ପରିବର୍ତନ ଦେଖିବାକୁ ମିଳିଛି । ମୁଇଜୁ ନିଜ ନିର୍ବାଚନୀ ଅଭିଯାନରେ ଇଣ୍ଡିଆ ଆଉଟ୍ର ନାରା ବି ଦେଇଥିଲେ । ଏହି ଭିତରେ ଯେତେବେଳେ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପ ଯିବାର ଚର୍ଚ୍ଚା ହେବାରେ ଲାଗିଲା, ତାକୁ ନେଇ ସେଠାକାର ମନ୍ତ୍ରୀଙ୍କୁ ନିଆଁ ଲାଗିଗଲା । ହେଲେ ମୋଦୀଙ୍କ ବିରୋଧରେ ଟିପ୍ପଣୀ କରି ନିଜ ଗୋଡରେ କୁରାଢି ମାରିଛି ମାଳଦ୍ୱୀପ । ଏବେ ମାଳଦ୍ୱୀପକୁ ଯାତ୍ରା ବାତିଲ କଲେଣି ଭାରତୀୟ ଯାତ୍ରୀ ।

ଏକ ତଥ୍ୟ ଅନୁସାରେ –
ଭାରତ ଉପରେ ନିର୍ଭର ମାଳଦ୍ୱୀପ ଅର୍ଥନୀତ
– ପ୍ରତିବର୍ଷ ପାଖାପାଖି ୬୦,ହଜାରରୁ ତିନି ଲକ୍ଷ ଭାରତୀୟ ମାଳଦ୍ୱୀପ ବୁଲିବାକୁ ଯାଆନ୍ତି
– ୨୦୨୩, ଡିସେମ୍ବର ୧୩ ସୁଦ୍ଧା ୧ ଲକ୍ଷ ୯୩ ହଜାର ଭାରତୀୟ ମାଳଦ୍ୱୀପ ଯାତ୍ରା
– ୨୦୨୧ରେ ୨ ଲକ୍ଷ ୯୧ ହଜାର, ୨୦୨୨ରେ ୨ ଲକ୍ଷ ୪୧ ହଜାର ଭାରତୀୟ ମାଳଦ୍ୱୀପ ଗସ୍ତ
– ଏଥିରୁ ବିପୁଳ ରୋଜଗାର କରିଥାଏ ମାଳଦ୍ୱୀପ
– ଭାରତ ଉପରେ ଅନେକ କ୍ଷେତ୍ରରେ ନିର୍ଭର ମାଳଦ୍ୱୀପ
– ପରିବା, ଫଳ, ଚିନି, କୃଷି ଉତ୍ପାଦ, କୁକୁଡା, ଚାଉଳ, ମସଲା, ଔଷଧ, କପଡା ଆଦି ସାମଗ୍ରୀ ଭାରତ ଠାରୁ ଆମଦାନୀ
– ୨୦୨୧ରେ ଭାରତ-ମାଳଦ୍ୱୀପ ଭିତରେ ୩୨୩ ମିଲିଅନ୍ ଡଲାରର ବେପାର ହୋଇଥିଲା

Leave a Reply

Your email address will not be published. Required fields are marked *