ଆଫଗାନିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ମହମ୍ମଦ ସିରାଜ ଏବଂ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି । ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ଟି-୨୦ ବିଶ୍ବକପ ପୂର୍ବରୁ ଏହା ଶେଷ ଟି-୨୦ ସିରିଜ ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।

ଭାରତୀୟ ଦଳ: ରୋହିତ ଶର୍ମା,ଗିଲ, ଜୟସ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ,ଜିତେଶ ଶର୍ମା,ସଞ୍ଜୁ ସାମସନ,ଶିଭମ ଦୁବେ,ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେସ ଖାନ୍, ମୁକେଶ କୁମାର।

Leave a Reply

Your email address will not be published. Required fields are marked *