ପୋଲିସ ଆଗରେ ସତ କହିଲେ ୨ ଅଭିଯୁକ୍ତ, ନିଶାରେ ଥିଲୁ, ଦୁର୍ଘଟଣା ପରେ ଯୁବତୀ ଗାଡି ଚକାରେ ଫଶି ରହିଥିଲେ

ଦିଲ୍ଲୀ :-ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଦୃଶ୍ୟ । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ୧୨ କିଲୋମିଟର ଯାଏଁ ଟାଣି ନେବା ଭଳି ଏକ ବିଭତ୍ସ ଘଟଣା ସାମ୍ନାକୁ ଆସିଛି । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯେତେବେଳେ ସାରା ଦେଶ ଉତ୍ସବ ମନାଉଥିଲା, ସେତେବେଳେ ଦିଲ୍ଲୀ ରାସ୍ତାରେ ଘଟିଛି ଏହି ଘଟଣା । ଦିଲ୍ଲୀର କାଂଝାୱଲାରେ ଘଟିଥିବା ଏହି ଦୁର୍ଘଟଣାରେ ୨୦ ବର୍ଷୀୟ ଅଂଜଳୀ ସିଂହଙ୍କ ମୃତ୍ୟୁ ହୋଇଛି । ଏନେଇ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ କହିଛନ୍ତି ଯେ, ଉକ୍ତ ରାତିରେ ଆମେ ନିଶାଗ୍ରସ୍ତ ଅବସ୍ଥାରେ ଥିଲୁ । ଦିଲ୍ଲୀର କୃଷ୍ଣବିହାର ଅଞ୍ଚଳରେ ସ୍କୁଟି ସହ ଦୁର୍ଘଟଣା ହେବା ପରେ ଗାଡିକୁ କାଂଝାୱଲା ଆଡକୁ ନେଇଥିଲୁ । ତେବେ ଗାଡି ଏକ ଗାଁ ପାଖରେ ଅଟକାଇ ଦେଖିବା ପରେ ଜାଣିବାକୁ ପାଇଥିଲୁ ଯେ, ଗାଡିର ଚକାରେ ଯୁବତୀଙ୍କ ମୃତଦେହ ଅଟକି ରହିଛି । ତୁରନ୍ତ ଯୁବତୀଙ୍କ ମୃତ ଶରୀରକୁ ସେଠାରେ ଛାଡି ଆମେ ନିଜ ନିଜ ଘରକୁ ଚାଲି ଯାଇଥିଲୂ ।

ପୋଲିସର ସୂଚନା ଅନୁସାରେ ଯୁବତୀଙ୍କ ସ୍କୁଟି ଏକ କାର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାର୍ ଚକ ବମ୍ପର ଭିତରେ ଯୁବତୀଙ୍କ ଶରୀର ଫଶି ରହିଥିଲା । କାରରେ ଥିବା ୫ଜଣ ଅଭିଯୁକ୍ତ କାରକୁ ଅଟକାଇବା ବଦଳରେ ଏହାକୁ ୧୨ କିଲୋମିଟର ଯାଏଁ କାରରେ ଘୋଷାଡି ଘୋଷାଡି ନେଇଯାଇଥିଲେ । କୌଣସି ଏକ ସ୍ଥାନରେ ଯୁବତୀଙ୍କ ମୃତଦେହ କାରରୁ ଅଲଗା ହୋଇ ରାସ୍ତାରେ ପଡି ରହିଥିଲା । ଯାହାକୁ ଉଦ୍ଧାର କରିଥିଲା ପୁଲିସ । ଏତେ ବାଟ ଘୋଷାଡି ହୋଇଯିବା ଫଳରେ ଯୁବତୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଏପରିକି ତାଙ୍କ ମୁଣ୍ଡର ଖପୁରି ମଧ୍ୟ ଘସି ହୋଇଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ନ ଆସିବା ଯାଏଁ ମୃତଶରୀରକୁ ନେବା ନାହିଁ କି ଶେଷକୃତ୍ୟ କରିବେ ନାହିଁ ବୋଲି ମୃତ ଯୁବତୀଙ୍କ ପରିବାର ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *