ନାବାଳିକା ଦୁଷ୍କର୍ମକାରୀଙ୍କ ୨୫ ବର୍ଷର ଜେଲ୍‌ ଦଣ୍ଡ ସହ ୨୦ ହଜାର ଜରିମାନା

ବୌଦ୍ଧ:-ନାବାଳିକା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶ । ୨୫ ବର୍ଷର ଜେଲ୍‌ ଦଣ୍ଡାଦେଶ ୨୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଲେ ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ୨୦୨୧ ମସିହାର ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ମାନ୍ୟବର କୌର୍ଟ । ଅଭିଯୁକ୍ତ ଯୁବକ ଜଣଙ୍କ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗାଁରେ ରାକେଶ ଦୀପ । ସେ ବିବାହର ପ୍ରତିଶୃତି ଦେଇ ନାବାଳିକା ସହିତ ଶାରୀରିକ ସଂପର୍କ ଓ ପ୍ରତାରଣା କରିଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ଶୁଣାଇଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ । ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷର ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନ ଆଦେଶ ଦେଇଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *