ତୁରିଗଡିଆ ବଜାରରେ ସିରିଜ ଚୋରି, ୪ଟି ଦୋକାନରୁ ଲୁଟିନେଲେ ୨ ଲକ୍ଷ ଟଙ୍କାର ସାମଗ୍ରୀ

ସୋରୋ:-ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ ଦୋକାନ ଓ କମଳାକାନ୍ତ ପାଣିଗ୍ରାହୀଙ୍କ ଗ୍ରୋସରୀ ଦୋକାନରୁ ପ୍ରାୟ ୨ ଲକ୍ଷ ଟଙ୍କାର ଅର୍ଥ ଓ ସାମଗ୍ରୀ ଚୋରି ହେଉଥିବା ଜଣାଯାଇଛି ।

ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ କି ତୁରିଗଡିଆ ବଜାରରେ ନିୟମିତ ପୋଲିସ ତରଫରୁ ପହରା ଦିଆ ଯାଇଥିବା ବେଳେ ବାରମ୍ବାର ଚୋରୀ ହେଉଥିବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *