ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା,ଟଙ୍କା ଲୁଟ୍‌

ଭୁବନେଶ୍ୱର:-  ନୂଆପଲ୍ଲୀ ଥାନା ଅଞ୍ଚଳରେ ଲୁଟ୍‌ପାଟ ହୋଇଛି । ବନ୍ଧୁକ ଦେଖାଇ ଏକ ଦମ୍ପତ୍ତିଙ୍କ ଠାରୁ ସୁନା ଗହଣା ଏବଂ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଖବର ପାଇ ନୂଆପଲ୍ଲୀ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଲୁଟ୍ ସ୍ଥାନରେ ଲାଗିଥିବା ସିସିଟିଭି ପୁଟେଜକୁ ଜବତ କରି ପୁଲିସ ଛାନ୍‌ଭିନ୍ କରୁଛି ।
ନବରଙ୍ଗପୁର ଜିଲ୍ଲାର ଏକ ଦମ୍ପତ୍ତି କୌଣସି କାମରେ ଭୁବନେଶ୍ୱର ଆସି ବିଜୁ ପଟ୍ଟନାୟକ କଲେଜ ନିକଟରେ ଥିବା ଏକ ଲଜ୍‌ରେ ରହୁଥିଲେ । ସେ ମଙ୍ଗଳବାର ରାତି ୧୦ଟା ସମୟରେ ଖାଇବା ପାଇଁ ନିକଟ ଏକ ହୋଟେଲକୁ ଆସିଥିଲେ । ହୋଟେଲରୁ ଖାଇବା ନେଇ ଲଜ୍‌କୁ ଫେରୁଥିଲେ । ବିଜୁପଟ୍ଟନାୟକ କଲେଜ ନିକଟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ । ବାଇକ୍ ପଛରେ ବସିଥିବା ଲୁଟେରା ଅଣ୍ଟାରୁ ଏକ ବନ୍ଧୁକ ବାହାର କରି ଦମ୍ପତ୍ତିଙ୍କ ମୁଣ୍ଡରେ ଲଗାଇଥିଲେ । ମହିଳା ଜଣଙ୍କ ପିନ୍ଧିଥିବା ସୁନା ଗହଣା ଖୋଲିବାକୁ କହିଥିଲେ । ମହିଳା ପିନ୍ଧିଥିବା ୧୮ ଲକ୍ଷ ଟଙ୍କାର ସୁନା ଗହଣା ଖୋଲିବା ପରେ ଲୁଟେରାମାନେ ମହିଳାଙ୍କ ସ୍ୱାମୀ ପିନ୍ଧିଥିବା ଚେନ୍ ମଧ୍ୟ ଲୁଟି ନେଇଥିଲେ । ଶେଷରେ ସେମାନଙ୍କ ନିକଟରେ ଥିବା ୨୦ ହଜାର ଟଙ୍କା ମଧ୍ୟ ନେଇ ଫେରାର ହୋଇଯାଇଥିଲେ । ଲୁଟେରା ଯିବା ପରେ ଦମ୍ପତ୍ତି ପୁଲିସକୁ ଫୋନ୍ କରି ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।

Leave a Reply

Your email address will not be published. Required fields are marked *