ପାପୁଲିରେ ‘ଆଇ ଲଭ ୟୁ ମଞ୍ଜୁ ଲେଖି ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ବରଗଡ଼ :- ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଆଉ ହାତରେ ଲେଖିଛନ୍ତି ଆଇ ଲଭ ୟୁ ମଞ୍ଜୁ । ମୃତ କଏଦୀ ଜଣଙ୍କ ସୋହେଲା ଥାନା ପେଟୁପାଲି ଗାଁରେ ୩୫ ବର୍ଷୀୟ ମୋହିତ ରାଉତ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲା କାରଗାରାରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ମୋହିତ ଗତ ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ କୋର୍ଟ ଚାଲାଣ ହୋଇଥିଲେ । ପରେ ମାନ୍ୟବର କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ । ଏହାପରେ ତାଙ୍କୁ ସୋହେଲା ଜେଲ୍‌କୁ ବିଚାରାଧୀନ କଏଦୀ ଭାବେ ପଠାଯାଇଥିଲା । ହେଲେ ଏବେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଉ ଆତ୍ମହତ୍ୟା ପୂର୍ବରୁ ହାତରେ ଲେଖିଯାଇଛନ୍ତି ଆଇ ଲଭ ୟୁ ମଞ୍ଜୁ ।

ତେବେ ମୋହିତଙ୍କ ହାତରେ ଲେଖାଥିବା ମଞ୍ଜୁ କିଏ ? ତାର ମୋହିତଙ୍କ ସହିତ ସଂପର୍କ କଣ ? ମଞ୍ଜୁ ମୋହିତଙ୍କ ସ୍ତ୍ରୀ ନୁହେଁ ତ ? ଏପରି ଅନେକ ପ୍ରଶ୍ନ ଏବେ ପୋଲିସ ମନରେ ସୃଷ୍ଟି ହୋଇଛି । ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନେଇପାରେ ପୋଲିସ । ସେହିପରି ସୋହେଲା ପୋଲିସ ଜେଲ୍‌କୁ ଯାଇ ପଚରାଉଚରା କରିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *